News
WhatsApp Image 2023-10-04 at 17.25.00
samparksetu

୫ ଝିଅଙ୍କୁ ଧରି ଭଙ୍ଗା କୁଡ଼ିଆରେ ଦିନ କାଟୁଛନ୍ତି ମିନତୀ ଙ୍କ ପରିବାର !

ସରକାର ଗରିବ ଅସହାୟ ଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି କିନ୍ତୁ ଯୋଜନା ହେଉଛି ବାଟମାରଣା । ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ସଦର ବ୍ଳକ୍ ମଧୁସାହୁପାଟଣା କୁଞ୍ଜିଆବେରେଣୀ (ଭାଗିରଥିପୁର) ରେ ।

ଗ୍ରାମର ବିପରି ପ୍ରଧାନ ପତ୍ନୀ ମିନତୀ ପ୍ରଧାନଙ୍କ ସହ ୫ ଟି ଝିଅଙ୍କୁ ଧରି ଏକ ଭଙ୍ଗା କୁଡ଼ିଆରେ ମୁଣ୍ଡ ଗୁଞ୍ଜିଛନ୍ତି । ବିପରି ମୁଲ ଲାଗି ଚଳନ୍ତି ,ସରପଞ୍ଚ ଙ୍କ ଠାରୁ ଆରମ୍ଭ କରି ବ୍ଳକ୍ ଅଫିସ ଧାଇଁ ଧାଇଁ ଆଜି ପର୍ଯ୍ୟନ୍ତ ଏହି ଅସହାୟ ପରିବାରକୁ ଘର ଖଣ୍ଡିଏ ମିଳିଲା ନାହିଁ । ଏହି ପରିବାରକୁ ଯଥାଶୀଘ୍ର ଏକ ଘର ଯୋଗାଇ ଦେବାକୁ ପ୍ରଶାସନ ଆଗରେ ନେହୁରା ହେଇଛନ୍ତି ଅଞ୍ଚଳ ବାସୀ ।

new life
You might also like
error: Content is protected !!