News
WhatsApp Image 2023-10-04 at 17.25.00
samparksetu

ଟାଟା ଷ୍ଟିଲ ବିଏସଏଲ ସମ୍ମୁଖରେ ଶ୍ରମିକଙ୍କ ଧାରଣା ଘଟଣା, ସ୍ପଷ୍ଟିକରଣ ରଖି ସମାଧାନ କଲେ କର୍ତ୍ତୃପକ୍ଷ

ଢେଙ୍କାନାଳ ମେରାମୁଣ୍ଡଳୀ ଭୂଷଣ ଟାଟା ଷ୍ଟିଲ କମ୍ପାନୀ ଗେଟ ସମ୍ମୁଖରେ ବକେୟା ଟଙ୍କା ପାଇଁ ଶ୍ରମିକ ମାନେ ଧାରଣା ଦେଇଥିଲେ, ତେବେ ଅଳ୍ପ କିଛି ସମୟ ମଧ୍ୟରେ କମ୍ପାନୀ କର୍ତ୍ତୃପକ୍ଷ ଏହାର ସମାଧାନ କରିଛନ୍ତି ।

କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଇଣ୍ଡଷ୍ଟ୍ରିଆଲ୍ ଡିସ୍‌ପ୍ୟୁଟ୍ ଆକ୍ଟ- ୧୯୪୭ ଆଧାରରେ ଢ଼େଙ୍କାନାଳ ଡିଭିଜନାଲ ଶ୍ରମ କମିଶନରଙ୍କ ଦ୍ୱାରା ସମ୍ପୃକ୍ତ ଦୁଇ କଣ୍ଟ୍ରାକ୍ଟର, ବର୍ଷା ଏଣ୍ଟର ପ୍ରାଇଜେସ ଏବଂ ଜୟ ମା ହିଙ୍ଗୁଳା ଇଲେକ୍ଟିକାଲ୍ କର୍ମଚାରୀଙ୍କ ପ୍ରମୁଖ ଦାବିଗୁଡ଼ିକର ସମାଧାନ କରାଯାଇଛି ।

୨୦୨୦ ଫେବ୍ରୁୟାରୀ ୫ ତାରିଖରେ ଏନେଇ ହୋଇଥିବା ଆଲୋଚନାରେ କମ୍ପାନୀର ପ୍ରତିନିଧିଙ୍କ ସମେତ ଢ଼େଙ୍କାନାଳ ଡିଭିଜନାଲ ଶ୍ରମ କମିଶନରଙ୍କ ଉପସ୍ଥିତିରେ କଣ୍ଟ୍ରାକ୍ଟର୍‌ମାନଙ୍କ କର୍ମଚାରୀ, କର୍ମଚାରୀଙ୍କ ପ୍ରତିନିଧି ଏବଂ କଣ୍ଟ୍ରାକ୍ଟର୍‌ଙ୍କ ସହିତ ଆଲୋଚନା ହୋଇଥିଲା । ତେବେ କଣ୍ଟ୍ରାକ୍ଟର୍ କର୍ମଚାରୀଙ୍କ ପ୍ରତିନିଧି ଏହି ଆଲୋଚନାରେ ଅସହଯୋଗ କରିବା ସହିିତ ବୈଠକରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି କରି ସଭା ଛାଡ଼ି ଚାଲିଯାଇଥିଲେ । ସରକାରୀ କର୍ତ୍ତୁପକ୍ଷଙ୍କ ଦ୍ୱାରା ବୈଠକରେ ପୁନଃ ଯୋଗ ଦେବାପାଇଁ ସେମାନଙ୍କୁ ଅନୁରୋଧ କରି ବୁଝାଯାଇଥିଲେ ମଧ୍ୟ ତାହା ସଫଳ ହୋଇପାରିନଥିଲା ।

ବର୍ଷା ଏଣ୍ଟର ପ୍ରାଇଜେସ ଏବଂ ଜୟ ମା ହିଙ୍ଗୁଳା ଇଲେକ୍ଟିକାଲ୍‌ର ଅଧିକାଂଶ କର୍ମଚାରୀ ଟାଟା ଷ୍ଟିଲ ବିଏସଏଲ ଅଧିନରେ ଥିବା ଅନ୍ୟ କଣ୍ଟ୍ରାକ୍ଟରଙ୍କ ପାଖରେ କର୍ମରତ ଏବଂ ବର୍ତ୍ତମାନ ସେମାନଙ୍କ ଜୀବିକା ସୁରକ୍ଷିତ ।

ଏକ ଦାୟିତ୍ୱଶୀଳ କମ୍ପାନୀ ତଥା ନିରପେକ୍ଷ ନିଯୁକ୍ତିଦାତା ଭାବରେ ଟାଟା ଷ୍ଟିଲ ବିଏସଏଲ ସର୍ବଦା ଏକ ସୈାହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ଆପୋଷ ଆଲୋଚନା ଦ୍ୱାରା ସମସ୍ତ ଆଇନଗତ ବ୍ୟବସ୍ଥା ଅନୁଯାୟୀ କର୍ମଚାରୀଙ୍କ ଯେ କୌଣସି ସମସ୍ୟାର ସମାଧାନ ପାଇଁ ସର୍ବଦା ପ୍ରସ୍ତୁତ ଅଛି ଏବଂ ଏନେଇ ପ୍ରୟାସ ଜାରି ରଖିଛି ବୋଲି କମ୍ପାନୀ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

new life
You might also like
error: Content is protected !!