News
WhatsApp Image 2023-10-04 at 17.25.00
samparksetu

ଆମ ଆଦମୀ ପାର୍ଟି ପରଜଙ୍ଗ ନିର୍ବାଚନ ମଣ୍ଡଳୀର ଅଧକ୍ଷଙ୍କ ଦ୍ୱାରା ଆପ୍ ର ପ୍ରସ୍ତୁତି ବୈଠକ

କାମାକ୍ଷାନଗର ବ୍ଲକ ତଥା ପର୍ଜଙ୍ଗ ନିର୍ବାଚନ ମଣ୍ଡଳୀ ଅଧୀନ ପାରିମାଳ ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ସ୍ଥାନୀୟ ଅଞ୍ଚଳରେ ପଶୁ ଡାକ୍ତରଖାନା, ପାନୀୟଜଳ ସମସ୍ୟାର, କୃଷି ଅଫିସ ଓ ଡାକ୍ତରଖାନାର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା ।

ଏହି ସବୁ ସମସ୍ୟାର ସମାଧାନ ପାଇଁ ଦଳ ପକ୍ଷରୁ ଆଗାମୀ ଦିନରେ ପ୍ରଶାସନ ନିକଟରେ ଦାବି କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଏହା ଛଡ଼ା ତୃଣ ମୂଳ ସ୍ତରରେ ସଂଗଠନ ମଜଭୁତ କରିବା ପାଇଁ ନିଷ୍ପତି ନିଆଯାଇଥିଲା । ବୈଠକରେ ପର୍ଜଙ୍ଗ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧ୍ଯକ୍ଷ ପର୍ଶୁରାମ ମହାଭୋଇଙ୍କ ସଭାପତିତ୍ବରେ ଦେବାନନ୍ଦ ହୋତା, ଅଭିରାମ ସେଠି, ମଙ୍ଗରାଜ ସ୍ୱାଇଁ, ରଞ୍ଜନ ପଧାନ, ନିର୍ମଳ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ।

new life
You might also like
error: Content is protected !!