News
WhatsApp Image 2023-10-04 at 17.25.00
samparksetu

ଗୋଟିଏ ନମ୍ବର ୩ଟି ସେବା, ଆରମ୍ଭ ହେଲା ୧୧୨ ସେବା

ଏଣିକି ଗୋଟିଏ ନମ୍ବରରେ ମିଳିବ ସମସ୍ତ ଜରୁରୀକାଳୀନ ସେବା, ନିଆଁ ଲାଗିଲେ ଅଗ୍ନିଶମ ବାହିନୀ, ଆଇନଶୃଙ୍ଖଳା ପାଇଁ ପୋଲିସ ଏବଂ ଦେହ ଖରାପ ପାଇଁ ଆମ୍ବୁଲାନ୍ସ ଏହି ୩ ପ୍ରକାର ଜରୁରୀକାଳୀନ ସେବା ପାଇଁ ରାଜ୍ୟ ସରକାର ଗୋଟିଏ ନମ୍ବର ୧୧୨ ଆରମ୍ଭ କରିଛନ୍ତି ।

ଫଳରେ କୌଣସି ଅପ୍ରୀତିକର ପରିସ୍ଥିତିରେ ଉପୁଜିଲେ ୧୦୦, ୧୦୨ କିମ୍ବା ୧୦୮ ଡାଏଲ୍ କରିବାକୁ ପଡ଼ିବ ନାହିଁ କେବଳ ୧୧୨ ଡାଏଲ୍ କଲେ ସମସ୍ତ ବିଭାଗକୁ ମେସେଜ୍ ଚାଲିଯିବ ।

ଏହି ସାଧାରଣ ନମ୍ବରକୁ ମୁଖ୍ୟମନ୍ତ୍ରୀ ଆନୁଷ୍ଠାନିକ ଭାବରେ ଉଦଘାଟନ କରିବା ପରେ ଢେଙ୍କାନାଳ ଏସପି କେ ଶିବା ସୁବ୍ରମଣୀୟମ୍ ପତାକା ହଲାଇ ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ ପୋଲିସ୍ ବିଭାଗର ଏକ ଅତ୍ୟାଧୁନିକ କଣ୍ଟ୍ରୋଲ ରୁମ ମଧ୍ୟ ଉଦଘାଟନ କରାଯାଇଛି । ଏଣିକି ସାଧାରଣ ଲୋକେ ଗୋଟିଏ ନମ୍ବର ୧୧୨ କୁ ଡାଏଲ କରି ତିନୋଟି ସୁବିଧା ଅଗ୍ନିଶମ ବିଭାଗ , ପୋଲିସ୍ ବିଭାଗ ଏବଂ ଆମ୍ବୁଲାନ୍ସ ସେବା ପାଇପାରିବେ ବୋଲି ଏସପି ପ୍ରକାଶ କରିଛନ୍ତି ।

new life
You might also like
error: Content is protected !!