News
WhatsApp Image 2023-10-04 at 17.25.00
samparksetu

ବାଇକ ଧକ୍କାରେ ସାଇକେଲ ଆରୋହୀଙ୍କର ଉଡ଼ିଗଲା ପ୍ରାଣ ବାୟୁ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ରେଙ୍ଗାଳୀ ବାମ ପାର୍ଶ୍ୱ କେନାଲର ଗେଙ୍ଗୁଟିଆ ଗାଁ ନିକଟରେ ବାଇକ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କର ମୃତ୍ୟୁ ହୋଇଛି ।

ମୃତକ ଜଣଙ୍କ ପରଜଙ୍ଗ ଥାନା କୁଲେଇ ଗାଁର ଜିତେନ୍ଦ୍ର ଜେନା(୫୨) । ସୂଚନା ଅନୁଯାୟୀ ,ଶନିବାର ଦିନ ସଂନ୍ଧ୍ୟା ୬ଟା ସମୟରେ କୁଲେଇ ଗାଁରେ ଅଷ୍ଟପ୍ରହରୀ ନାମଯଜ୍ଞ ଥିବାରୁ ଜିତେନ୍ଦ୍ର ନାମଯଜ୍ଞ ପାଇଁ ପୋଷାକ ଆଣିବାକୁ ଗେଙ୍ଗୁଟିଆ ଗାଁକୁ ଯାଉଥିଲେ ।

କେନାଲ ରୋଡ଼ରେ ଦ୍ରୁତ ଗତିରେ ଯାଉଥିବା ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ହିଁ ଜିତେନ୍ଦ୍ରଙ୍କର ମୃତ୍ୟୁ ହୋଇଥିଲା । ତେବେ ଦୁର୍ଘଟଣା ଘଟାଇଥିବା ବାଇକ ଚାଳକ ଜଣଙ୍କ ବାଇକ ଛାଡି ପଳେଇ ଯାଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଦଦରାଘାଟି ଫାଣ୍ଡି ଅଧିକାରୀ ସମରଜିତ ନାୟକ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହ ବାଇକଟିକୁ ଜବତ ରଖି ତଦନ୍ତ ଜାରି ରଖିଛି ।

new life
You might also like
error: Content is protected !!