News
WhatsApp Image 2023-10-04 at 17.25.00
samparksetu

ଆପ୍ ର ପର୍ଯ୍ୟବେକ୍ଷକଙ୍କ ଢେଙ୍କାନାଳ ଗସ୍ତ, ଗଣତାନ୍ତ୍ରିକ ପଦ୍ଧତିରେ ଜିଲ୍ଲା ଆବାହକ ନିର୍ବାଚିତ

ଆମ୍ ଆଦମୀ ପାର୍ଟି ର ପର୍ଯ୍ୟବେକ୍ଷକଙ୍କ ଢେଙ୍କାନାଳ ଜିଲ୍ଲାର ସକ୍ରିୟ ସଦସ୍ୟ ମାନଙ୍କୁ ନେଇ ବୈଠକ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାଥମିକ ସ୍ତରରେ ଜିଲ୍ଲାର ୬୬ ଜଣ ସକ୍ରିୟ ସଦସ୍ୟ ଏବଂ ଅନ୍ୟ ସଦସ୍ୟଙ୍କ ଉପସ୍ଥିତିରେ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ତଥା ଗଣତାନ୍ତ୍ରିକ ପଦ୍ଧତିରେ ବରିଷ୍ଠ ତଥା ଦଳର ପ୍ରତିଷ୍ଠାତା ସଦସ୍ୟ ଶ୍ରୀ ପଙ୍କଜ ନାୟକଙ୍କୁ ଜିଲ୍ଲା ଆବାହକ ଭାବେ ସର୍ବସମତି କ୍ରମେ ମନୋନୀତ କରିଛନ୍ତି ।

ଛାତ୍ର ନେତା ବିଶ୍ୱଜିତ ବରାଳ ଶ୍ରୀ ନାୟକଙ୍କ ନାମ ପ୍ରସ୍ତାବ ରଖିଥିବା ବେଳେ ଓଡାପଡା ବ୍ଲକ ଅଧ୍ୟକ୍ଷ ରମେଶ ପଣ୍ଡା ସମର୍ଥନ କରିଥିଲେ, ତେବେ ଉକ୍ତ ବୈଠକରେ ଆମ୍ ଆଦମୀ ପାର୍ଟି ର ଦିଲ୍ଲୀ ମୋଡେଲ କୁ ନେଇ ଚର୍ଚ୍ଚା ହୋଇଥିଲା । ସମାଜର ମଙ୍ଗଳ ପାଇଁ ଜନ କଲ୍ୟାଣକାରୀ ଯୋଜନା ଗୁଡିକ ପ୍ରସ୍ତୁତ ହେବା ଉଚିତ ଏବଂ ଅନ୍ୟ ଦଳର ଭଲ ଲୋକମାନେ ଏକତ୍ରିତ ହୋଇ ଗଣତନ୍ତ୍ରକୁ ରକ୍ଷା କରିବାପାଇଁ ଶ୍ରୀ ନାୟକ ତାଙ୍କ ପ୍ରାଥମିକ ଅଭିଭାଷଣରେ ଉଦବୋଧନ ଦେଇଥିଲେ । ଢେଙ୍କାନାଳ ଜିଲ୍ଲାର ସକ୍ରିୟ ସଦସ୍ୟ ଚିଠାକୁ ରାଷ୍ଟ୍ରୀୟ ନେତୃ ମଣ୍ଡଳୀ ସ୍ୱୀକୃତି କରିବା ସହିତ ଦଳର ସମ୍ବିଧାନ ଅନୁସାରେ ଜିଲ୍ଲା ଏକାଇର ଆବାହକଙ୍କୁ ରାଷ୍ଟ୍ରୀୟ ପରିଷଦର ସଦସ୍ୟ ଭାବେ ମଧ୍ୟ ପରିଗଣିତ କରାଯିବ ।

ଉକ୍ତ ବୈଠକରେ ଜିଲ୍ଲା ସମ୍ପାଦକ ତଥା ଆଇନଜୀବୀ ପ୍ରକାଶ ଚନ୍ଦ୍ର ରାଉତ, ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଅଧ୍ୟକ୍ଷ ବିଜୟ କୁମାର ନାୟକ, ଲିଗାଲ ସେଲ ଅଧ୍ୟକ୍ଷ ରଞ୍ଜନ ମିଶ୍ର, ସୋସିଆଲ ମିଡ଼ିଆ ପ୍ରଭାରୀ ଭୋଜରାଜ ସାହୁ, ପ୍ରାକ୍ତନ ବିଧାୟକ ପାର୍ଥୀ ଆଶିଷ ମିଶ୍ର, ଗୋବର୍ଧନ ଶେଖର ନାଏକ, ବାବୁଲା ଖିଲାର, ଲକ୍ଷ୍ମଣ ନାଏକ, ସନାତନ ଦ୍ରାବିଡ଼, ଦୀନବନ୍ଧୁ ସେନାପତି, କାମାକ୍ଷା ବେହେରା, ତୃପ୍ତିମୟୀ ଶତପଥୀ, ଝୁଣୁବାଳା ନାଏକ, ନିତ୍ୟାନନ୍ଦ ପଣ୍ଡା, ରାଜୀବ କର, ବିନୋଦ ମଲିକ, ଚକ୍ରଧର ତରାଇ, ଆଇନଜୀବି ଶାନ୍ତନୁ ରାଉତ,ଗୋବିନ୍ଦ ନାଏକ, ଚିନ୍ତାମଣି ମହାନ୍ତି, ନିର୍ମଳ ମହାପାତ୍ର, ଅଭିରାମ ସେଠି, ଚନ୍ଦ୍ରଶେଖର ସାହୁ ପ୍ରମୁଖ ଶତାଧିକ କର୍ମୀ ଏହି ବୈଠକରେ ଉପସ୍ଥିତ ଥିବା ବେଳେ ପରିଶେଷରେ ମାନସୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।

new life
You might also like
error: Content is protected !!