News
WhatsApp Image 2023-10-04 at 17.25.00
samparksetu

ପାଟରାଣୀ

ସିନ୍ଦୂର ଟୋପାଏ ଦେଇ ତୋ ମଥାରେ
କରିଛି ମୋ ପାଟ ରାଣୀ ।
ହାତରେ ହାତକୁ ବାନ୍ଧିକି ତାକୁ ମୋ
ଆଣିଛି କରି ଘରଣୀ ।।
ରଙ୍ଗ ଯୌବନେ ନୁହେଁ ସେ ମାଧୂଯ୍ୟ
ନୁହେଁ ସେ ଚାନ୍ଦର ତାରା ।
ତଥାବି ମୋ ପାଇଁ ଅଷ୍ଟରଙ୍ଗ ଭରା
ଗୋଟି ନୟନ ର ତାରା ।।
ତା ପ୍ରେମରେଏତେ ଭିଜିମୋ ଯାଇଛି
ତା ପ୍ରେମର ପସରା ପାଇ ।
ଦୁଃଖ ଦର୍ଦମୋର ଭୁଲି ମୋ ଯାଉଛି
ତାର ସାଥେ ବନ୍ଧୁ ହେଇ ।।
ଦେଖିକି ଏମିତି ପ୍ରେମର ବାର୍ତ୍ତାଳ
କୁହନ୍ତି ସ୍ତ୍ରୀ ବୋଲକରା ଏତ।
ସ୍ତ୍ରୀ ବୋଲକରା ନୁହେଁ ବନ୍ଧୁ ନୁହେଁ
ତାର କଥାରେ ଭାସେନ ମୁଁ ତ ।।
ନାରୀ ବୋଲି ତାକୁ ସମ୍ମାନ ଦିଅଇ
ଯିଏ ଯାହା କହୁ ପଛେ ।
ମରଦ ପଣ ମୋ ତା ପ୍ରତି ଦେଖାଇ
ହିନ କାଇଁ ହେବି ପଛେ ।।
ବାହୁ ବଳ ତାକୁ ଦେଖାଏ ନାହିଁ ମୋ
ଏହା ମୋ ମରଦପଣ ।
କଟୁ ବାକ୍ୟ କେବେ କହୁ ନାହିଁ ବୋଲି
ସୁନ୍ଦର ତା ଆଚରଣ ।।
ଭାରି ସେ ଅଳସି ପର ଘରେ ଆସି
କରଇ ମୋ ଘର ସେବା ।
ଘରେ କଣ ତାର ନଥିଲା ତିଅଣ
ମୋ ଘରେ ଖାଇବ କିବା ।।
ରାଗ ରୋଷା ତାର ମନାଇ ଦିଅଇ
ମିଠା ମିଠା କଥା କହି ।
ଦ୍ବି- ମିଠା କଥାରେ ମନ ତା ବୁଝଇ
ଆଉ କିଛି ଚାହୁଁ ନାହିଁ ।।
ପଚାରି ବୁଝିଲି ପାଟରାଣୀ କୁ ମୋ
ଡର କି କିମ୍ପାଇଁ ମତେ ।
ସୁନ୍ଦର ହସରେ ହସି ଦେଇ କହେ
ଡରେ ମୋ ବହୁତ ସତେ ।।
ତୁମ ପରି ସାଥି ପାଇ ଆଜି ମୋ ଯେ
ସୌଭାଗ୍ୟ ମଣୁଛି ଏଥେ।
ହୀରାମୋତିମାଳି କିହେବଯେ ମୋର
ତମେ ଥିଲେ ମୋର ସାଥେ ।।
ଏ ହତଭାଗିକୁ କରିଛ ନିଜର
ଥିବି ତମ ସୁଖ ଦୁଃଖ ସାଥେ ।
ଶୁଣି ତାର କଥା ମନ ଛୁଇଁ ଯାଏ
ଚାଲିବ ତୋହର ସାଥେ
ଏ କଥାର ମୂଲରଖିବୁ ଧନ ଲୋ
କରିବୁନି ଅଣ ଦେଖା ।
ନାରୀ ପ୍ରତି ଯେବେ ଭରଷା ଉଠିବ
ଆଉ ହବ ନାହିଁ ଦେଖା ।।

new life
You might also like
error: Content is protected !!