News
WhatsApp Image 2023-10-04 at 17.25.00
samparksetu

ଚିନ୍ତା ବଢାଉଛି ମୁକୁଳା ଟ୍ରାନ୍ସଫର୍ମର !

ଅସୁରକ୍ଷିତ ଓ ମୁକୁଳା ଅବସ୍ଥାରେ ପଡିରହିଛି ବିଦ୍ୟୁତ ଟ୍ରାନ୍ସଫର୍ମର।ନା ଅଛି ପାଚେରୀ ,ନା ଅଛି ବୈଦୁତ୍ୟିକ ସୁରକ୍ଷା ବ୍ୟବସ୍ଥା ଅଭିଯୋଗ କରିଥିଲେ ମଧ୍ଯ କେହି ଗୁହାରୀ ଶୁଣୁ ନାହାଁନ୍ତି।

ଢେଙ୍କାନାଳ ସଦର ତାଳବରକୋଟ ପଞ୍ଚାୟତ ଅଧିନସ୍ଥ ସିଆରିଆ ଗ୍ରାମର ମଧ୍ଯ ଭାଗରେ ବସିଛି ଦୁଇଟି ଟ୍ରାନ୍ସଫର୍ମର।ଯାହାକି ଗ୍ରାମର ଦୁଇଟି ୱାର୍ଡ କୁ ବିଦ୍ୟୁତ ସଂଯୋଗ କରୁଛି ।ଗୋଟି କରେ ଚର୍ତୁପାର୍ଶ୍ବରେ ପାଚେରୀ ବ୍ୟବସ୍ଥା ରହିଥିଲା ବେଳେ ଅନ୍ଯ ଗୋଟି ଟ୍ରାନ୍ସଫର୍ମର ଯାହାକି ୧୩ ନଂ ୱାର୍ଡ କୁ ସଂଯୋଗ କରୁଛି ତାହା ମୁକୁଳା ଅବସ୍ଥାରେ ପଡି ରହିଛି ।

ଏଥିରେ ଲାଗି ରହିଥିବା ଫ୍ୟୁଜ୍ ସିଷ୍ଟମ କଳଙ୍କି ଧରିବାରେ ଲାଗିଲାଣି ଏବଂ କଟ୍-ଆଉଟ୍ ମଧ୍ଯ ବିପଦ ସଂକୁଳ ଅବସ୍ଥା ଦେଇ ଗତି କରୁଛି ।ଦୈନନ୍ଦିନ ଏହି ମୁକୁଳା ଥିବା ଟ୍ରାନ୍ସଫର୍ମର ତଳେ ବହୁ ଗାଈ ଗୋରୁ ଚରାବୁଲା କରୁଛନ୍ତି ଦୁର୍ଭାଗ୍ଯ ବସତଃ କୌଣସି ଗାଈ ଗୋରୁ ବା ଏହା ମଧ୍ଯ ଦେଇ ଯାତାୟତ କରୁ କୌଣସି ବ୍ୟକ୍ତି ହୁଅନ୍ତୁ ବା ଗୋ ମାତା ବିଦ୍ୟୁତ ସଂସ୍ପର୍ଶ ଆସିଲେ ତାହା କଣ ଯେ ହେବ , ତାହା ବିଭାଗୀୟ ଅଧିକାରୀଙ୍କୁ ହିଁ ଜଣା ଥିବ ।

ଗ୍ରାମବାସୀଙ୍କ କହିବା ଅନୁଯାୟୀ , ୨୦୧୬ ମସିହାରୁ ବହୁ ବାର ଦରଖାସ୍ତ ଓ ଅଭିଯୋଗ କରିଥିଲେ ମଧ୍ଯ ତାର କୌଣସିପ୍ରକାର ସୁଫଳ ଏପର୍ଯ୍ୟନ୍ତ ହୋଇପାରିଲା ନାହିଁ। ଆଗକୁ ଏହିଠାରେ ଦୋଳ ମହୋତ୍ସବ ଅନୁଷ୍ଠିତ ହୋଇଆସୁଛି ଏଣୁ ଏହି ଟ୍ରାନ୍ସଫର୍ମର ଦୁଇଟିକୁ ସମ୍ପୂର୍ଣ୍ଣ ଭାବରେ ଆବଦ୍ଧ କରାଗଲେ ବହୁ ଧନଜୀବନ କ୍ଷୟକ୍ଷତିରୁ ହୁଏତ ରକ୍ଷା ପାଇପାରିବ ।

new life
You might also like
error: Content is protected !!