News
WhatsApp Image 2023-10-04 at 17.25.00
samparksetu

କାଇମାଟି ଛକ ନିକଟରେ ଦୁର୍ଘଟଣା, ଅଜଣା ଗାଡି ଧକ୍କାରେ ସାଇକଳ ଚାଳକ ଗୁରୁତ୍ତର

ଢେଙ୍କାନାଳ ଉପକଣ୍ଠ କାଇମାଟି ଛକ ନିକଟରେ ଦୁର୍ଘଟଣା, ଦୁର୍ଘଟଣାରେ ସାଇକଲ ଚାଳକ ଗୁରୁତ୍ତର । ଗୁରୁତ୍ତର ଜଣଙ୍କ ଡାହିମାଲ ଗ୍ରାମର ରବି ନାରାୟଣ ମହାନ୍ତି ।

ସୂଚନା ଅନୁଯାୟୀ ରବି ସାଇକଲ ଯୋଗେ କାଇମାଟି ଆସୁଥିବା ସମୟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ଘଟାଇ ଗାଡି ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବାର ସୂଚନା ଦେଇଛନ୍ତି ସ୍ଥାନୀୟ ବାସିନ୍ଦା ।

ତେବେ ଚିକିତ୍ସା ନିମନ୍ତେ ରବିଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ତେବେ ଦ୍ରୁତ ଗତିରେ ବେପାରୁଆ ଗାଡି ଚାଳକଙ୍କ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଥିବାରୁ ସ୍ଥାନୀୟ ମହଲରେ ଅସନ୍ତୋଷ ଦେଖା ଦେଇଛି ।

new life
You might also like
error: Content is protected !!