News
WhatsApp Image 2023-10-04 at 17.25.00
samparksetu

ଶିକ୍ଷାବିତ ଶତ୍ରୁଘ୍ନ ଭୂତିଆଙ୍କ ପତ୍ନୀଙ୍କ ବିୟୋଗ

ଆଜି ଦିବା ୧୦ ଘଟିକା ସମୟରେ ଭୁବନେଶ୍ବରସ୍ଥ ଏକ ଘରୋଇ ହସପିଟାଲରେ ଶିକ୍ଷାବିତ ଶତ୍ରୁଘ୍ନ ଭୂତିଆଙ୍କ ପତ୍ନୀ ଜ୍ୟୋତିର୍ମୟୀ ଭୂତିଆଙ୍କ ୭୧ ବର୍ଷ ବୟସରେ ଦୁଃଖଦ ମହାପ୍ରୟାଣ ହୋଇଯାଇଛି। ସେ ଜଣେ ଅତ୍ୟନ୍ତ ସଦଗୁଣ ଧାରୀ, ଅମାୟିକା, ସ୍ନେହୀ, ପରୋପକାରୀ, ଧର୍ମପ୍ରାଣା ମହିଳା ଭାବରେ ସର୍ବଜନାଦୃତା ହୋଇ ଅମରତ୍ୱ ଲାଭ କରିଛନ୍ତି। ସେ ବହୁଦିନଧରି ଦୂରାରୋଗ୍ୟ ବ୍ୟାଧିରେ ପଡ଼ି ଚିକିତ୍ସିତ ହେଉଥିଲେ ।

ତାଙ୍କର ମୃତ୍ୟୁ ଶଯ୍ୟାନିକଟରେ ତାଙ୍କର ହାତଭାଗ୍ୟ ସ୍ୱାମୀ ହେତୁବାଦୀ ଶିକ୍ଷାବିତ ଶତ୍ରୁଘ୍ନ ଭୂତିଆ, ଜ୍ୟେଷ୍ଠପୁତ୍ର ସତ୍ୟଜିତ ଭୂତିଆ, ଜ୍ୟେଷ୍ଠ ପୁତ୍ରବଧୂ ଜୟଶ୍ରୀ ଭୂତିଆ,ଉଭୟ କନିଷ୍ଠ ପୁତ୍ର ଶିବ ପ୍ରସାଦ ଯାଦବ ଓ ପୁତ୍ରବଧୂ ନିବେଦିତା ନାୟକ, ଜ୍ୟେଷ୍ଠ ଜ୍ୱାଇଁ ଭାଗିରଥି ବେହେରା ଓ ଜ୍ୟେଷ୍ଠ କନ୍ୟା ଜ୍ୟୋତ୍ସ୍ନାମୟୀ ଭୂତିଆ, ଅନ୍ୟତମ ଜ୍ୱାଇଁ ଡା. ଭରତ କୁମାର ବେହେରା ଓ କନ୍ୟା ଇନ୍ଦିରା ଭୂତିଆ, ସୁନିଲ ବାରିକ ଓ ଦୀପ୍ତିମୟୀ ଭୂତିଆ, ଅଶୋକ ବେହେରା, ବିଦ୍ୟାଧର ବେହେରା, କେଦାର ପରିଡ଼ା, ନାତୁଣୀମାନଙ୍କ ମଧ୍ୟରେ ଶ୍ୱେତା ଶୁଭ୍ରଜ୍ୟୋତ୍ସ୍ନା,ଶ୍ୱେତା ସ୍ୱୟଂସିଦ୍ଧା, ଶ୍ରଦ୍ଧା ସମର୍ପିତା, ସୌମ୍ୟା ଶାଶ୍ବତୀ, ଶୁଭଦୀପ୍ତି, ସ୍ମୃତି ଶ୍ରୀ ବିଦ୍ୟା ଓ ନାତି ବି.ଶକ୍ତି ସାର୍ଥକ ଓ ଅନେକ ଶୁଭେଚ୍ଛୁ ଅନ୍ତିମ ଦର୍ଶନ କରିଥିଲେ ଓ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସାନ୍ତ୍ୱନା ପ୍ରଦାନ କରିଥିଲେ। ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିଲା । ଜ୍ୟେଷ୍ଠ ପୁତ୍ର ସତ୍ୟଜିତ ଭୂତିଆ ମୁଖାଗ୍ନି ଦେଇଥିଲେ।

ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ସହକାରୀ ଶିକ୍ଷକ ଭାବରେ କବିଭୂଷଣ ସୃତିସଂସଦ, ବାଳକୃଷ୍ଣ ସାହିତ୍ୟ ସଂସଦ, ରେଣୁବାଳା ସୃତିସଂସଦ,ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦର ଆଜୀବନ ସଦସ୍ୟ ଭାବରେ ଡ଼ା. ଦେବୀ ପ୍ରସାଦ ମିଶ୍ର ବ୍ୟକ୍ତିଗତ ଭାବରେ ଓ ଜିଲ୍ଲାର ବିଭିନ୍ନ ସାରସ୍ୱତ ଅନୁଷ୍ଠାନ ମାନଙ୍କ ପକ୍ଷରୁ ଏହି ମହାନ ଆତ୍ମାଙ୍କର ସଦଗତି କାମନା କରିଛନ୍ତି ।

ଏହି ଦୁଃଖଦ ସ୍ଥିତିରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ଶୋକ ପ୍ରକଟ କରିବା ସଙ୍ଗେ ସଙ୍ଗେ ସମସ୍ତେ ସମଦୁଃଖୀ ହୋଇ ସେମାନଙ୍କର ସହାୟ ହୁଅନ୍ତୁ ଏହାହିଁ କାମନା କରୁଛନ୍ତି । ଏହି ଅବସରରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପର୍ଣ୍ଣ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବି ପ୍ରଭାସିନୀ ମହାଖୁଡ଼,ବିଶିଷ୍ଟ ହେତୁବାଦୀ ପ୍ରାଧ୍ୟାପକ ଧନେଶ୍ୱର ସାହୁ ପ୍ରାକ୍ତନ ସାହିତ୍ୟ ଏକାଡେମୀ ସଦସ୍ୟ ପଣ୍ଡିତ ମନୋରଞ୍ଜନ ନନ୍ଦ,ବର୍ତ୍ତମାନର ସାହିତ୍ୟ ଏକାଡେମୀ ସଦସ୍ୟା ଡ଼ଃ ପୁଷ୍ପଲତା ରଥ ଓ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ସଦସ୍ୟ କବି ବାହାଦୂର ପାଟସହାଣୀ ଓ ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ତାଙ୍କର ଅସଂଖ୍ୟ ଶୁଭେଚ୍ଛୁ ଗଭୀର ଦୁଃଖ ଓ ସମବେଦନା ଜଣାଇଛନ୍ତି ।

ତାଙ୍କର ସ୍ୱାମୀ ଶ୍ରୀଯୁକ୍ତ ଭୂତିଆ ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳରେ ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ, ଏନ.ସି.ସି.ଅଫିସର , ପ୍ରାକ୍ତନ ପ୍ରଧାନ ଶିକ୍ଷକ ଭାବରେ ରହି ବେଶ ସୁନାମ ଅର୍ଜନ କରିଥିଲେ । ସେଥିପାଇଁ ବିଦ୍ୟାଳୟର ବର୍ତ୍ତମାନର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ,ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ ତଥା ବର୍ତ୍ତମାନ ଢେଙ୍କାନାଳର ବ୍ଲକ ଶିକ୍ଷା ଅଧିକାରୀ, ସୁଶ୍ରୀ ମୌସୁମୀ ସାହୁ,ବିଜୟରଶ୍ମି ମିଶ୍ର,ଡ଼ା.ଦେବୀ ପ୍ରସାଦ ମିଶ୍ର,ଡ଼ଃ ଅନୁପମା ମିଶ୍ର,ସୁରେଶ କୁମାର ପଣ୍ଡା, ଦେବରାଜ ରାଉତ,ଇତିଶ କୁମାର ବରାଳ,ସୁଭାଷ କୁମାର ନନ୍ଦ,ଧ୍ୟାନଚାନ୍ଦମିଶ୍ର,ସ୍ଵର୍ଣମୟୀ ଶତପଥୀ, ସୁନିତାବାଳା ଷଡ଼ଙ୍ଗୀ, କିଶୋର ଚନ୍ଦ୍ର ସାମଲ,ସ୍ୱାଗତିକା ରଥ,ସୁଜାତା ପଣ୍ଡା,ଅନୁପମା ପଣ୍ଡା,କ୍ଷୀରାବଧିତନୟା ମହାପାତ୍ର,ସୁଚିତ୍ରା ସାହୁ, ସୁବ୍ରତ ମିଶ୍ର,ରଶ୍ମୀ ହୋତା, କଳ୍ପନା ବାରିକ, ବବିତା ଲେଙ୍କା, ଶୁଭଶ୍ରୀ ଦେବସ୍ମିତା ରାଉତ,ସୁଜିତ କୁମାର ବାରା,ବବିତା ଦାସ,ସୁବ୍ରତ ସ୍ୱାଇଁ,ପ୍ରଭାତ ପ୍ରଧାନ, ବାସୁଦେବ ରଣା, ମମତା ବେହେରା,ରୁଦ୍ରାକ୍ଷ ଗଡନାୟକ, ସନ୍ତୋଷ ଜେନା,ନରହରି ଗୋଛାୟତ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ ଗଭୀର ଶୋକ ପ୍ରକାଶ କରିଛନ୍ତି ।

new life
You might also like
error: Content is protected !!