News
WhatsApp Image 2023-10-04 at 17.25.00
samparksetu

ଆବାସ ଯୋଜନାରୁ ବଂଚିତ ବାନାମ୍ବର ଙ୍କ ପରିବାର ; ଦୀର୍ଘ ୪୦ ବର୍ଷ ହେବ ଝାଟିମାଟି ଘରେ ଦିନ କାଟୁଛନ୍ତି !

ସରକାର ହିତାଧିକାରୀଙ୍କୁ ଚିହ୍ନଟ କରି ତାଙ୍କୁ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରି ଘର ଖଣ୍ଡିଏ ଯୋଗାଇ ଦେବାପାଇଁ ଅନେକ ପ୍ରୟାସ କରୁଥିବା ବେଳେ । ହିତାଧିକାରୀଙ୍କ ପାଖରେ ଯୋଜନା ପହଁଚିବା ପୂର୍ବରୁ ତାହା ବାଟମାରଣା ହେଉଛି ।

ଏହିପରି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ସଦର ବ୍ଳକ୍ ବଳଦିଆବନ୍ଧ ପଞ୍ଚାୟତ ପାଇକଦହିଖୋର ଗ୍ରାମରେ , ଗ୍ରାମର ବାନାମ୍ବର ବେହେରା ଏବଂ ତାଙ୍କ ପତ୍ନୀ ଫୁଲ ବେହେରା ଦୀର୍ଘ ୪୦ ବର୍ଷ ହେବ ଏକ ଝାଟିମାଟି ଘରେ ରହୁଛନ୍ତି ।

ତାଙ୍କର କହିବା ଅନୁଯାୟୀ ଅନେକ ଥର ବିଡିଓ ସରପଞ୍ଚ ଙ୍କ ପାଖରେ ଘର ଖଣ୍ଡେ ପାଇଁ ଅଭିଯୋଗ କରିଛନ୍ତି, କିନ୍ତୁ କେହି କର୍ଣ୍ଣପାତ କରୁନାହାନ୍ତି ।

ବାନାମ୍ବର ଙ୍କ ବୟସ ହେବା ସହ ବାତ ରୋଗ ଥିବାରୁ ଆଉ ପେଟ ପାଇଁ ଖଟି ପାରୁନାହାନ୍ତି ,ଘର ଖଣ୍ଡେ କରିବା ତ ସ୍ୱପ୍ନ । ନିଜର ୨ପୁଅ ଏବଂ ସ୍ତ୍ରୀ ଙ୍କୁ ଭଙ୍ଗା କୁଡ଼ିଆରେ ଦିନକାଟୁଛନ୍ତି ବାନାମ୍ବର । ତାଙ୍କୁ ତୁରନ୍ତ ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇବାକୁ ସାଧାରଣରେ ଦାବି ହେଉଛି ।

new life
You might also like
error: Content is protected !!