News
WhatsApp Image 2023-10-04 at 17.25.00
samparksetu

ରୋଜଗାରିଆ ପୁଅକୁ ହରାଇ କାଲୁରିଆ ର ମଙ୍ଗୁଳି ବେହେରାଙ୍କ ପରିବାର ଏବେ ବେସାହାରା

ଏକମାତ୍ର ରୋଜଗାରିଆ ପୁଅ କୁ ସଡକ ଦୁର୍ଘଟଣା ରେ ହରାଇ କଲୁରିଆ ର ମଙ୍ଗୁଳି ବେହେରା ଙ୍କ ପରିବାର ଏବେ ବେସାହାରା । ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ କାଲୁରିଆ ଗ୍ରାମର ମଙ୍ଗୁଳି ବେହେରାଙ୍କ ପୁଅ ଗତ ଦୁଇ ଦିନ ତଳେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ରାଜୀବ ବେହେରା ୨୮ବର୍ଷ ବୟସରେ ରାଜମିସ୍ତ୍ରୀ କାମକରି ଘର ଚଳାଉଥିଲେ । ବାପା ମାଁ ଙ୍କର ଗୋଟିଏ ବୋଲି ପୁଅ ଥିଲେ ରାଜୀବ ।

ବାପାଙ୍କର ବୟସ ୬୬ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବାର୍ଦ୍ଧକ୍ୟ ଭତ୍ତା ମିଳିନି , ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଙ୍କ ପାଇଁ ସ୍ବପ୍ନ ହୋଇଛି । ରାଜୀବ ବେହେରାଙ୍କ ମା ବାସନ୍ତି ବେହେରା ଡାଇବେଟିସ ରୋଗରେ ପୀଡି଼ତ , ଅର୍ଥ ଅଭାବରୁ ତାଙ୍କର ଚିକିତ୍ସା କରିପାରୁନାହିଁ l ବାପା ମଙ୍ଗୁଳି ବେହେରା ରୋଜଗାର କରିବାପାଇଁ ଆଉ ବଳ ବୟସ ନାହିଁ ।

ଅର୍ଥ ଅଭାବରୁ ଆଉ ତିନି ଜଣ ଝିଅ ରେଣୁବାଳା (୩୬ ),ଜୟନ୍ତୀ (୨୪),ସୁମିତ୍ରା (୨୩)ଘରେ ଅଛନ୍ତି । ସାନ ଝିଅ ସୁମିତ୍ରା ମହିମା ମହାବିଦ୍ୟାଳୟ ରେ ଗ୍ରାଜୁଏସନ ପାସ କରି ମଧ୍ୟ ଘରେ ବସିଛନ୍ତି ।

ବାର୍ଦ୍ଧକ୍ୟ  ଭତ୍ତା ଓ ପ୍ରଧାନମନ୍ତ୍ରୀ ଆବାସ ପାଇଁ ବ୍ଲକ କୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେ ବି  ମିଳିପାରୁନି ସହାୟତା ।  କେବଳ  ରାସନ ଚାଉଳ ହିଁ ତାଙ୍କ ପାଇଁ ବଂଚିବାର ରାହା ହୋଇଛି ।  ସରପଞ୍ଚ ସଞ୍ଜୟ କୁମାର ଜେନା ଙ୍କୁ ଏ ନେଇ ଯୋଗାଯୋଗ କରିବା ପରେ , ତାଙ୍କ  କହିବା ଅନୁଯାୟୀ ଭତା ପାଇଁ ଆବେଦନ କରିଛନ୍ତି କିନ୍ତୁ ଜିଲ୍ଲା କାର୍ଯ୍ୟାଳୟରେ କୌଣସି କାରଣରୁ ଅଟକିଯାଇଛି , ଯଥାଶୀଘ୍ର ଭତ୍ତା ଯୋଗାଇବା ସହ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ସାମିଲ  ପାଇଁ ପ୍ରୟାସ କରାଯିବ  ବୋଲି ସୂଚନା ଦେଇଛନ୍ତି ।
new life
You might also like
error: Content is protected !!