News
WhatsApp Image 2023-10-04 at 17.25.00
samparksetu

କାମାକ୍ଷାନଗର ଓକିଲ ସଙ୍ଘ ର ଶପଥ ଗ୍ରହଣ ଉତ୍ସବ

କାମାକ୍ଷାନଗର ଓକିଲ ସଙ୍ଘ ତରଫରୁ ନବନିର୍ବାଚିତ ସଭାପତି ଓ ସମ୍ପାଦକ ଙ୍କ ସହ ସମସ୍ତ ସଦସ୍ୟ ଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଜି ସ୍ଥାନୀୟ କୋର୍ଟ ପରିସରରେ ଏହି ଉପଲକ୍ଷେ ଏକ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରଭାସ ରଞ୍ଜନ ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସଭାପତି ଭାବେ ଧର୍ମାନନ୍ଦ ମଲ୍ଲିକ,ସମ୍ପାଦକ ଭାବେ ସୂର୍ଯ୍ୟକାନ୍ତ ବିଶ୍ୱାଳ, ଶପଥ ଗ୍ରହଣ କରିଥିଲେ । ଅନ୍ୟ ପଦବୀ ମାନଙ୍କ ମଧ୍ୟରେ ଉପସଭାପତି, କୋଷାଧକ୍ଷ, ସହସମ୍ପାଦକ, ଲାଇବ୍ରେରୀଆନ, ଓ କାର୍ଯ୍ୟନିର୍ବାହୀ ସଭ୍ୟ ମାନଙ୍କୁ ପଦଓ ଗୋପନୀୟତା ର ଶପଥ ଗ୍ରହଣ କରିଥିଲେ । ଏହି ଅବସର ରେ କାମାକ୍ଷାନଗର ଓକିଲ ସଙ୍ଘ ର ସମସ୍ତ ଓକିଲ, ମୋହରିର ସଙ୍ଘ, ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

new life
You might also like
error: Content is protected !!