News
WhatsApp Image 2023-10-04 at 17.25.00
samparksetu

ଅଗ୍ନିକାଣ୍ଡ ରେ ଘର ସହ ଅନେକ ସମ୍ପତ୍ତି ନଷ୍ଟ

ଗଁଦିଆ ବ୍ଲକ ଅନ୍ତର୍ଗତ ମଠତେନ୍ତୁଳିଆ ପଂଚାୟତ ର ବରପାଳ ଗ୍ରାମର ବାଇଧର ସୋରେନ ଙ୍କର ୨ବଖରା ଚାଳଘର ପୋଡିଯାଇଛି ,ଘରେ ଥିବା ଧାନ ଚାଉଳ ତଥା ଅନ୍ୟାନ ସମସ୍ତ ଆସବାବ ପତ୍ର ସମ୍ପୂର୍ଣ୍ଣ ପୋଡି ଯାଇଥିବା ବେଳେ ପ୍ରାୟ ୫୦ହଜାର ଟଙ୍କାର କ୍ଷ୍ୟୟ କ୍ଷତି ହୋଇଅଛି ।

ସୂଚନା ଅନୁଯାୟୀ , ସକାଳ ୭.୨୦ମିନିଟରେ ଚୁଲି ନିଆଁରୁ ଏହି ନିଆଁ ଲାଗିଥିବାର ଜଣାଯାଏ ନିଆଁ ଲାଗିବା ସମୟରେ ଘରେ କେହିନଥିଲେ ।
ସେହିପରି ଅପରାହ୍ନ ସମୟରେ ୧.୩୦ ମିନିଟରେ ମହିସିଆକଡା ଗ୍ରାମର ଦଳେଇ ପରିଡା ଙ୍କର ୨ବଖରା ଚାଳଘର ପୋଡିଯାଇଛି ଧାନ ଚାଉଳ ସମେତ ସମସ୍ତ ଦରକାରୀ ଆସବାବପତ୍ର ପୋଡ଼ିଯାଇ ପ୍ରାୟ ୩୦ହଜାର ଟଙ୍କାର ସମ୍ପତି ନଷ୍ଟ ହୋଇଥବାର ଜଣାଯାଏ ।

ଦଳେଇ ଙ୍କ ଘରକୁ ଲାଗିଥିବା ଉଛବ ପରିଡା ଙ୍କର ଗୁହାଳରେ ନିଆଁ ଲାଗି ଏକ ଶଗଡ଼ଗାଡି ଛୋଟ ନଢାଗଦାସାଇତା ମୂଲ୍ୟବାନ କାଠ ପୋଡ଼ିଯାଇଛି ଯାହାର ଆନୁମାନିକ ମୂଲ୍ୟ ୨୦ହଜାର ଟଙ୍କା ହେବ । ଦଳେଇ ବେହେରା ଘର ଚୁଲାରୁ ଏହି ନିଆଁ ଲାଗିଥବାର ଜଣାଯାଇଛି ଖବର ପାଇଁ ଗଁଦିଆ ଅଗ୍ନିଶ୍ରମ ବାହିନୀର ମୁଖ୍ୟ ଆଗ୍ନେୟକ ସତ୍ୟଜିତ ବୋଷ କର୍ମଚାରୀ ବିଦ୍ୟାଧର ତରାଇ ଅମୀୟ ନାୟକ ଙ୍କ ସମେତ ଅନ୍ୟ କର୍ମଚାରି ମାନେ ନିଆଁକୁ ଆୟତ୍ତ କରିଥିଲେ ।

new life
You might also like
error: Content is protected !!