News
WhatsApp Image 2023-10-04 at 17.25.00
samparksetu

ଚାଷୀଙ୍କୁ ଦଳି ମାରିଲା ଦନ୍ତା

ଚାଷୀଙ୍କୁ ଦଳି ମାରିଲା ଦନ୍ତା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ବତାସିଂହ ମୁଗଡିହ ନିକଟରେ । ମୃତକ ଜଣଙ୍କ ତୁମୁସିଙ୍ଗା ଥାନା କଣ୍ଟାପାଳ ପଞ୍ଚାୟତ ଅନ୍ତର୍ଗତ ଗାଙ୍ଗୀଯୋଡି ଗାଁର ହାଡ଼ିବନ୍ଧୁ ସାହୁ ।

ସୂଚନା ଅନୁଯାୟୀ ,ହାଡ଼ିବନ୍ଧୁ ଅପରାହ୍ନ ପ୍ରାୟ ୫ ଟା ସମୟରେ ମୁଗଡିହ ନିକଟରେ ଥିବା ନିଜ ଚାଷ ଜମିକୁ ଯାଉଥିଲେ । ଯାଉଥିବା ବେଳେ ଦନ୍ତା ହାବୁଡ଼ରେ ପଡି ଯାଇଥିଲେ । ଦନ୍ତା ହାତୀଟି ହାଡ଼ିବନ୍ଧୁଙ୍କୁ ଶୁଣ୍ଢରେ କଚାଡି ଦଳି ଦେଇଥିଲା । ଘଟଣା ସ୍ଥଳରେ ହିଁ ହାଡ଼ିବନ୍ଧୁଙ୍କ ପ୍ରାଣବାୟୁ ଉଡି ଯାଇଥିଲା । ଖବର ପାଇ ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ତଦନ୍ତ ଜାରି ରଖିଛି । ତେବେ ଅଞ୍ଚଳରେ ଏକ ହାତୀ ପଲ ରହିଥିବା ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।

new life
You might also like
error: Content is protected !!