News
WhatsApp Image 2023-10-04 at 17.25.00
samparksetu

ସ୍ୱାମୀର ଫାର୍ସା ଚୋଟରେ ସ୍ତ୍ରୀ ଓ ଦୁଇଝିଅ ଗୁରୁତର ଆହତ !

ଢେଙ୍କାନାଳ ଜିଲ୍ଳା କାମାକ୍ଷାନଗର ଥାନାର ଡିମିରିଆ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ସ୍ୱାମୀର ଫାର୍ସା ଚୋଟରେ ସ୍ତ୍ରୀ ଓ ଦୁଇଝିଅ ଗୁରୁତର ଆହତ ହୋଇଛନ୍ତି।ଆହାତ ୩ ଜଣ ଗୁରୁତ୍ଵରଙ୍କୁ କଟକ ବଡ଼ ଡ଼ାକ୍ତର ଖାନା ଙ୍କୁ ସ୍ଥାନନ୍ତର କରାଯାଇଛି ।

ଲକ୍ଡ଼ାଉନ୍‌ ସମୟରେ ସ୍ଵାମି ବେରୋଜଗାର ହୋଇ ଘରେ ବସିଥିବାବେଳେ ପରିବାର ପ୍ରତିପୋଷଣ ପାଇଁ ଅର୍ଥ ସମସ୍ୟା ନେଇ ସ୍ଵାମି ସ୍ତ୍ରୀ ଝଗଢା ହୋଇ ଥ୍ରଲେ । ଏଥିରେ ଉତ୍‌କ୍ଷିପ୍ତ ହୋଇ । ସ୍ତ୍ରୀ ଓ ଝିଅ ଙ୍କୁ ଆକ୍ରମଣ କରିଥିଲା।

ବାପର ଏପରି ନୃଶଂସ କାଣ୍ଡରେ ଚିତ୍କାର କରିବାରୁ ଗ୍ରାମବାସୀ ମିଶି ବାପାକୁ କାବୁ କରି ପୋଲିସ ଜିମା ଦେଇଥିବା ଜଣାପଡ଼ିଛି ।

ପ୍ରାଣବନ୍ଧୁ ରାଉତ ନାମକ ବ୍ୟକ୍ତି ଏପରି ନୃଶଂସ କାଣ୍ଡ ଘଟାଇଛନ୍ତି । ଗୁରୁତରମାନେ ହେଲେ ପ୍ରାଣବନ୍ଧୁଙ୍କ ପତ୍ନୀ ମିନାକ୍ଷୀ ରାଉତ, ବଡ଼ଝିଅ ୨୩ ବର୍ଷର ଅଞ୍ଜଳି ରାଉତ ଓ ସନଝିଅ ୧୫ବର୍ଷର ମୋନାଲିସା ରାଉତ ବୋଲି ଜଣାପଡିଛି । ଆକ୍ରମଣ କରିବା ପରେ ଗ୍ରାମବାସୀମାନେ କାବୁ କରି ଘରେ ବନ୍ଦ କରି ରଖିଥିବା ପ୍ରାଣବନ୍ଧୁଙ୍କୁ କାମାକ୍ଷାନଗର ପୋଲିସ ଗିରଫ କରିଥିଲା । ଆକ୍ରମଣରେ ବ୍ୟବହୃତ ଫାର୍ସାକୁ ମଧ୍ୟ ପୋଲିସ ଜବତ କରି ତଦନ୍ତ ଆରମ୍ଭ କରିଛି ।

new life
You might also like
error: Content is protected !!