News
WhatsApp Image 2023-10-04 at 17.25.00
samparksetu

ରାଜ୍ୟରେ ଦିନ ବେଳେ ଲାଗୁ ହେବ କର୍ଫ୍ୟୁ , ୪ରୁ ୫ ଦିନ ମଧ୍ୟରେ କର୍ଫ୍ୟୁ ଲାଗିପାରେ ବୋଲି କହିଲେ ବାଚସ୍ପତି !

ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି ସରକାର ଦିନବେଳା କଟକଣାକୁ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନେଇପାରନ୍ତି। ଏନେଇ ବିଚାର ବିମର୍ଷ ଏବଂ ଅନୁଧ୍ୟାନ ଚାଲିଥିବା କହିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ଆସନ୍ତା ୪ ରୁ ୫ ଦିନ ମଧ୍ୟରେ ଏନେଇ ନିଷ୍ପତ୍ତି ହୋଇପାରେ। ଏନେଇ ମୁଖ୍ୟମନ୍ତ୍ରୀ ଅନୁଧ୍ୟାନ କରୁଛନ୍ତି। ତେବେ କରୋନା ସଂକ୍ରମଣ ପ୍ରତି ସମସ୍ତେ ସଚେତନ ହେବା ଉଚିତ୍ ବୋଲି ବାଚସ୍ପତି କହିଛନ୍ତି।

ପୂର୍ବରୁ ରାଜ୍ୟର ୧୦ଟା ଜିଲ୍ଲାରର ନାଇଟ୍‌ କର୍ଫ୍ୟୁ ଲାଗୁ ହୋଇଛି ।ସେପଟେ ଆଜି ଭୁବନେଶ୍ଵର ରେଲୱେ ଷ୍ଟେସନରୁ ୨ ଜଣ ଯାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱରରେ ଦୈନିକ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ସଂକ୍ରମିତଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଭୁବନେଶ୍ୱରରୁ।

new life
You might also like
error: Content is protected !!