News
WhatsApp Image 2023-10-04 at 17.25.00
samparksetu

ଛୁଟି କାଟିବାକୁ ଘରକୁ ଆସିଥିଲେ ଯବାନ ଦୁର୍ଘଟଣାରେ ଚାଲିଗଲା ଜୀବନ

ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ରଥପଦା ନିକଟରେ ଦୁର୍ଘଟଣା, ହାଇୱା ଏବଂ କାର୍ ମଧ୍ୟରେ ଦୁର୍ଘଟଣା ଘଟିଥିବା ବେଳେ ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ।

ସୂଚନା ଅନୁଯାୟୀ କୋତ୍ତମ ଗ୍ରାମର ମନୋଜ ବେହେରା ଏବଂ ଗଣ୍ଡାନାଳୀ ଗ୍ରାମ ର ଗୋପବନ୍ଧୁ ରାଉତ ଏକ କାର୍ ଯୋଗେ ପୁରୁଣା କଟକ – ସମ୍ବଲପୁର ରାସ୍ତାଦେଇ ରାସୋଳ ଯାଉଥିବା ସମୟରେ ସାମ୍ନାରୁ ଆସୁଥିବା ଏକ ହାଇୱା ସହ ଦୁର୍ଘଟଣା ଘଟିଥିଲା ।

ଫଳରେ ଘଟଣା ସ୍ଥଳରେ ମନୋଜ ବେହେରାଙ୍କ ମୃତ୍ୟୁ ଘଟିଥିବା ବେଳେ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଗୋପବନ୍ଧୁଙ୍କ ମୃତ୍ୟୁ ଘଟିଥିଲା ।

ଦୁର୍ଘଟଣା ଘଟିବା ପରେ ହାଇୱା ଚାଳକ ଫେରାର ଥିବା ବେଳେ, ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଜାରି ରଖିଛି । ମନୋଜ ଏବଂ ଗୋପବନ୍ଧୁ ଦୁଇ ବନ୍ଧୁ, ଗୋପବନ୍ଧୁ ଭାରତୀୟ ସେବାରେ ଜଣେ ଯବାନ ଭାବେ କାର୍ଯ୍ୟରତ ଥିଲେ । ଗୋପବନ୍ଧୁ ଛୁଟି କଟାଇବାକୁ ଆସିଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିବାରୁ ତାଙ୍କ ଜନ୍ମଭୂମିରେ ଶୋକର ଛାୟା ଖେଳିଯାଇଛି ।

new life
You might also like
error: Content is protected !!