News
WhatsApp Image 2023-10-04 at 17.25.00
samparksetu

ହାତୀ ଆକ୍ରମଣ ରେ ବ୍ୟବସାୟୀଙ୍କ ମୃତ୍ୟୁ !

ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ ପଟାଳୁ ଗ୍ରାମ ନିକଟରେ ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ଜୋଟବେରେଣା ଗ୍ରାମର ମାୟାଧର ସ୍ୱାଇଁ ବୋଲି ସୂଚନା ମିଳିଛି ।

ସୂଚନା ଅନୁଯାୟୀ ମାୟାଧର ଜଣେ ଗୂଡ଼ ବ୍ୟବସାୟୀ । ଗୂଡ଼ ବିକିବାକୁଯାୟୀ ଗତକାଲି ନିଜ ସାଇକଲ ଯୋଗେ ବାବନ୍ଧରୁ ନିଜ ଘରକୁ ଫେରୁଥିବା ସମୟରେ ଏକ ହାତୀ ସହ ମୁହାଁମୁହିଁ ହୋଇଥିଲେ । ହାତୀଟି ତାଙ୍କୁ ଶୁଣ୍ଢରେ କଚାଡି ଦେଇଥିଲା । ଗୁରୁତ୍ତର ଅବସ୍ଥାରେ ମାୟାଧରଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଅନ୍ୟପଟେ ହିନ୍ଦୋଳ ବନାଞ୍ଚଳରେ ହାତୀ ଉପଦ୍ରଵ ବଢିବାକୁ ଲାଗିଥିବା ବେଳେ କେତେବଳେ ଫସଲହାନୀ ଘଟୁଚି ତ କେତେବଳେ ଚାଲିଯାଉଛି ନିରୀହ ଜୀବନ ।

new life
You might also like
error: Content is protected !!