News
WhatsApp Image 2023-10-04 at 17.25.00
samparksetu

ପଞ୍ଚାୟତ ସମିତି ର ନବମ ସାଧାରଣ ଅଧିବେଶନ

କାମାକ୍ଷାନଗର ପଞ୍ଚାୟତ ସମିତି ସଭାଗୃହ ଠାରେ ପଞ୍ଚାୟତ ସମିତି ର ନବମ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ପୂର୍ତ୍ତ ଖଣି ଓ଼ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗ ଦେଇଥିଲେ ।

ଗତ ବର୍ଷ ପଞ୍ଚାୟତ ସମିତି ରେ ଥିବା ୨୨ ଟି ପଞ୍ଚାୟତ ରେ ହୋଇଥିବା ଉନ୍ନତିମୂଳକ କାର୍ଯ୍ୟ ର ସମୀକ୍ଷା କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟ ରେ ଯେଉଁ ସବୁ କାର୍ଯ୍ୟ ଗୁଡିକ ବାକି ରହିଯାଇଛି ତାହାକୁ ତୁରନ୍ତ ସମାଧାନ କରି ଶୀଘ୍ର କାମ ସାରିବା ପାଇଁ ମନ୍ତ୍ରୀ ନିର୍ଦେଶ ଦେଇଥିଲେ ।

ବୈଠକ ରେ କାମାକ୍ଷାନଗର ବିଡ଼ିଓ ବାର୍ଷିକ ଆୟ ବ୍ୟୟ ଅଟକଳ ର ହିସାବ ଦେବା ସହ ବିଜୁ ପକ୍କାଘର ପ୍ରଦାନ କରିବା ପାଇଁ ଢେଙ୍କାନାଳ ଜିଲ୍ଲା ରେ କାମାକ୍ଷାନଗର ପଞ୍ଚାୟତ ସମିତି ପ୍ରଥମ ସ୍ଥାନ ପାଇଥିବା ସୁଚନା ଦେଇଥିଲେ । ବୈଠକ ରେ ପଞ୍ଚାୟତ ସମିତି ର ସମସ୍ତ ବିଭାଗୀୟ ଅଧିକାରୀ ଓ଼ ସରପଞ୍ଚ, ସମିତିସଭ୍ୟ ଉପସ୍ଥିତ ରହି ଯଥାକ୍ରମେ ନିଜ ନିଜ ବିଭାଗ ତଥା ଅଞ୍ଚଳ ସମ୍ପର୍କ ରେ ବିବରଣୀ ପ୍ରଦାନ କରିଥିଲେ ।

new life
You might also like
error: Content is protected !!