News
WhatsApp Image 2023-10-04 at 17.25.00
samparksetu

ବିଜୁଳି ସତ୍ୟାଗ୍ରହର ପଞ୍ଚମ ଦିନରେ ସାମିଲ ହେଲେ, ଢେଙ୍କାନାଳ ଆପ୍ ର ବରିଷ୍ଠ ସଦସ୍ୟ ଏବଂ କର୍ମୀ

ଆମ୍ ଆଦମୀ ପାର୍ଟି ପକ୍ଷରୁ ଭୁବନେଶ୍ୱର ଠାରେ ଜାରି ରହିଛି ବିଜୁଳି ସତ୍ୟାଗ୍ରହ । ପ୍ରକାଶ ଥାଉକି, ଗତ ୭ ତାରିଖ ଠାରୁ ଆପ୍ ରାଜ୍ୟ ଆବାହକ ଶ୍ରୀ ନିଶିକାନ୍ତ ମହାପାତ୍ର ମାସିକ ଦୁଇ ଶହ ୟୁନିଟ ବିଜୁଳି ବିନା ମୂଲ୍ୟରେ ଯୋଗାଇ ଦେବା ଦାବିରେ ଆମରଣ ଅନଶନରେ ବସିଛନ୍ତି ।

ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାର ଆପ୍ କର୍ମୀମାନେ ଭାରି ମାତ୍ରାରେ ଦେଉଛନ୍ତି । ଏହି ପରିପେକ୍ଷୀରେ ଜିଲ୍ଲା ସମ୍ପାଦକ ତଥା ଆଇନଜୀବୀ ଶ୍ରୀ ପ୍ରକାଶ ଚନ୍ଦ୍ର ରାଉତଙ୍କ ନେତୃତ୍ୱରେ ଜିଲ୍ଲା ଲିଗାଲ ସେଲ ସଭାପତି ଆଇନଜୀବୀ ରଞ୍ଜନ କୁମାର ମିଶ୍ର, ଲିଗାଲ ସେଲ ସମ୍ପାଦକ ଆଇନଜୀବୀ ଶାନ୍ତନୁ ରାଉତ, ସୋସିଆଲ ମିଡ଼ିଆ ପ୍ରଭାରୀ ଭୋଜରାଜ ସାହୁ, ଛାତ୍ର ନେତା ବିଶ୍ୱଜିତ ବରାଳ, ବିନୋଦ ମଲିକ, ଉତ୍ତମ ଦାସ, ଦିଲ୍ଲୀପ ନାଏକ ପ୍ରମୁଖ ଦଶଜଣ କର୍ମୀ ଏହି ଅନଶନରେ ଯୋଗଦେଇ ରାଜ୍ୟ ଆବାହକଙ୍କୁ ଉତ୍ସାହିତ କରିଥିଲେ ।

ଜିଲ୍ଲାର ବରିଷ୍ଠ କର୍ମୀ ରାଜୀବ କର ଗତ ତିନିଦିନ ଠାରୁ ଶ୍ରୀ ମହାପାତ୍ରଙ୍କ ସହିତ ରାତ୍ରି ଯାପନ କରିଆସୁଛନ୍ତି । ଏହି ବିଜୁଳି ସତ୍ୟାଗ୍ରହକୁ ସମର୍ଥନ କରି ଆନ୍ଦୋଳନରେ ସାମିଲ ହେବାପାଇଁ ଜନସାଧାରଣଙ୍କୁ ପାର୍ଟି ପକ୍ଷରୁ ଅନୁରୋଧ କରାଯାଇଛି ।

new life
You might also like
error: Content is protected !!