ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି , ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଜୟପୁର ଗ୍ରାମର ମଙ୍ଗେଇ ତରେଇ ଙ୍କ ପୁଅ ନେଉଳ ତରେଇ (୪୫) ଆଜି ମାଛ ଧରିବାକୁ ଯାଇ ନଦୀରେ ବୁଡିଯାଇ ଥିବାର ସୂଚନା ମିଳିଛି ।
ତେବେ ଅନେକ ଖୋଜାଖୋଜି ପରେ ମାଳପୁରା ମଦୀ ଘାଟରୁ ତାଙ୍କର ମୃତ ଦେହ ସହ ମାଛ ଧରାଯାଉଥିବା ଜାଲ ଉଦ୍ଧାର କରାଯାଇଛି । ଘଟଣା ସ୍ଥଳରେ ପୋଲିସ୍ ପହଁଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।