News
WhatsApp Image 2023-10-04 at 17.25.00
samparksetu

ସରକାରୀ ସହାୟତାରୁ ବଞ୍ଚିତ ଭିକାରୀ ନାୟକ

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଳକ୍ ମୁରୁଗା ଗ୍ରାମର ଭିକାରୀ ନାୟକ ସରକାରୀ ସହାୟତାରୁ ଏବେ ବଞ୍ଚିତ । ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ନାହିଁ ,ନା ମିଳୁଛି ଭତ୍ତା ।

୩ ପ୍ରାଣୀ କୁଟୁମ୍ବକୁ ନେଇ ଭିକାରୀ ନାୟକ (୬୨) ଏକ ଭଙ୍ଗା ରେ ମୁଣ୍ଡ ଗୁଞ୍ଜିଛନ୍ତି । ସ୍ତ୍ରୀ ଏବଂ ଗୋଟିଏ ପୁଅ ପାଈଁ କଳେବଳେ ପେଟକୁ ଦାନା ଯୋଗାଡ଼ କରୁଥିଲେ , କିନ୍ତୁ ବର୍ତ୍ତମାନ ୩/୪ ମାସ ହେବ ବାତ ରୋଗରେ ପୀଡ଼ିତ ହୋଇଥିବା ବେଳେ ଆଉ କୌଣସି କାମ କରିପାରୁନଥିବା ସେ ପ୍ରକାଶ କରିଛନ୍ତି ।

ଏହି କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଏବଂ ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇ ଦେଲେ ସେ ଉପକୃତ ହୁଅନ୍ତେ ।

new life
You might also like
error: Content is protected !!