News
WhatsApp Image 2023-10-04 at 17.25.00
samparksetu

କାନପୁରା ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟ ହଷ୍ଟେଲରୁ ଛାତ୍ର ନିଖୋଜ,ବିଦ୍ୟାଳୟ ସୁରକ୍ଷାକୁ ନେଇ ବଢ଼ିଲା ଅଡୁଆ !

ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା କାନପୁରା ଗାଁ ସ୍ଥିତ ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟରୁ ଜଣେ ଦଶମ ଶ୍ରେଣୀ ଛାତ୍ର ନିଖୋଜ ହୋଇଥିବା ନେଇ ଅଭିଯୋଗ ହୋଇଛି । ନିଖୋଜ ଛାତ୍ରଙ୍କ ନାମ ଦିନେଶ ପ୍ରଧାନ ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, ଅନୁଗୁଳ ଜିଲ୍ଲା ଜରପଡା ଥାନା ମରାତିରା ଗାଁର ସନ୍ତୋଷ ପ୍ରଧାନଙ୍କ ପୁଅ ଜାନୁଆରୀ ମାସରେ କାନପୁରା ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟ ହଷ୍ଟେଲରେ ରହିବାକୁ ଆସିଥିଲେ ।

ଏପରିକି ପ୍ରତିଦିନ ବାପା ସନ୍ତୋଷ ଓ ମାଆ ପ୍ରମିଳା ପ୍ରଧାନ ପୁଅ ଦିନେଶ ସହିତ କଥାବାର୍ତ୍ତା ହେଉଥିଲେ । ଦିନେଶ ଜଣେ ଭଲ ଛାତ୍ର ଥିବା ବାପା ମାଆ କହିଛନ୍ତି । ତେବେ ରବିବାର ଦିନ ରାତିରେ ଖାଇ ସାରିବା ପରେ ସବୁ ଛାତ୍ରଛାତ୍ରୀ ମାନେ ପ୍ରତିଦିନ ପରି ପାଠ ପଢିବା ପାଇଁ ନିଜ ନିଜ ରୁମକୁ ଯାଇଥିଲେ ।

ମାତ୍ର ସୋମବାର ଦିନ ସକାଳୁ ଦିନେଶ ନିଖୋଜ ହୋଇଥିବା ନେଇ ସ୍କୁଲ କର୍ତ୍ତୃପକ୍ଷ ତାଙ୍କ ପରିବାର ଲୋକଙ୍କୁ ଜଣେଇଥିଲେ । ଏ ନେଇ ପରିବାର ଲୋକେ ଏଣେତେଣେ ପୁଅକୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇନଥିଲେ । କଡା ସିକ୍ୟୁରିଟି ସହ ସିସିଟିଭି କ୍ୟାମେରା ଲାଗିଥିବା ବିଦ୍ୟାଳୟର ହଷ୍ଟେଲରୁ ପିଲା ନିଖୋଜ ହେଲା କେମିତି ? ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏ ନେଇ ବିଦ୍ୟାଳୟର ଦୋଷକୁ ସ୍ୱୀକାର କରିଛନ୍ତି ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତ । କିଛିଦିନ ତଳେ ଲାଇଟିଙ୍ଗ କାରଣରୁ ବିଦ୍ୟାଳୟର ସିସିଟିଭି କ୍ୟାମେରା ନଷ୍ଟ ହୋଇଯାଇଥିବା ସେ କହିଛନ୍ତି ।

ଯଦି ବିଦ୍ୟାଳୟର ସିସିଟିଭି କ୍ୟାମେରା ନଷ୍ଟ ହୋଇ ଯାଇଛି ,ତେବେ ତାହା ମରାମତି କାହିଁକି କରାଯାଉନାହିଁ ? ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଆସି ହଷ୍ଟେଲରେ ରହୁଥିବା ଶହ ଶହ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଏବେ ସନ୍ଦେହ ସୃଷ୍ଟି ହେଉଛି ।

ମୋଟା ଅଙ୍କର ଟଙ୍କା ଦେଇ ଛାତ୍ରଛାତ୍ରୀଙ୍କ ଅଭିବାବକ ମାନେ ବିଦ୍ୟାଳୟରେ ଆଡ଼ମିଶନ କରିଥାନ୍ତି ଛୁଆଙ୍କ ଭବିଷ୍ୟତ ଉଜ୍ଜ୍ୱଳ ପାଇଁ । ତେବେ ବିଦ୍ୟାଳୟର ସୁରକ୍ଷା ଓ ଦାୟିତ୍ୱ ହୀନତା ଯୋଗୁଁ ଛାତ୍ର ନିଖୋଜ ହୋଇଥିବା ଛାତ୍ର ଅଭିବାବକ ଅଭିଯୋଗ କରିଛନ୍ତି । ପିଲା ମନରେ କିଛି କଷ୍ଟ ଥିବାରୁ ସେ ହଷ୍ଟେଲ ଛାଡି ଯାଇଥିବା ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତ କହିଛନ୍ତି ।

new life
You might also like
error: Content is protected !!