କୌଣସି କାରଣ ବଶତଃ ଟାଟା ଷ୍ଟିଲ ବିଏସଏଲ କମ୍ପାନୀ ନିକଟରେ ଥିବା ଏକ ଗ୍ରାମରେ ଆଜି ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଘର ପ୍ରାୟ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି ।
ତେବେ ଅଗ୍ନିକାଣ୍ଡ ଖବର ପାଇ କମ୍ପାନୀର ଅଗ୍ନିଶମ କର୍ମଚାରୀ ସେଠାରେ ପହଁଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡ ରେ ସାହୁ ବାନ୍ଦ୍ରା ଏବଂ ଜିତେନ୍ଦ୍ର ନାଥଙ୍କ ଘର କ୍ଷତିଗ୍ରସ୍ତ ଘଟିଥିବା ବେଳେ କମ୍ପାନୀ ପକ୍ଷରୁ ୮ ଦିନର ରାସନ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଇଛି ।
ଉଭୟ ପରିବାର ମୟୁରଭଞ୍ଜ ର ବାସୀନ୍ଦା ହୋଇଥିବା ବେଳେ ଶ୍ରମିକ ଭାବେ ପ୍ଲାଣ୍ଟ ନିକଟରେ କାର୍ୟ୍ଯରତ ଥିଲେ ।