News
WhatsApp Image 2023-10-04 at 17.25.00
samparksetu

ଜୟ ଜୟ ହନୁମାନ ହେ, ଜୟ ବୀର ମାରୁତି

ଜୟ ଜୟ ହନୁମାନ ହେ, ଜୟ ବୀର ମାରୁତି
ରାମ ପଦାମ୍ବୁଜେ ସତତ, ଥାଏ ତୁମ୍ଭର ମତି ।

ସଙ୍କଟ ମୋଚନ ସଙ୍କଟ, କାଳେ ହୁଅ ପ୍ରବେଶ
ସଙ୍କଟ ହରଣ କରିଣ, ଭକ୍ତେ ଦିଅ ଆଶ୍ଵସ ।

ନାହିଁ ମୋର ଶକ୍ତି ତୁମ୍ଭଙ୍କୁ, ଦେବି କେଉଁ ଦରବ
ଯାହା ଦେଖୁଅଛି ସକଳ, ସିନା ତୁମ୍ଭ ସରବ ।

ଭକ୍ତି ଆରାଧନା ନ ଜାଣେ, ଜାଣେ ନାହିଁ ମନ୍ତର
କେଉଁ ଭାବେ ପଦ ସେବିବି, ଆହେ କପି ପ୍ରବର ।

ଗର୍ବ ଦମ୍ଭ ଅହଙ୍କାର ମୋ, ମନେ ରହିଛି ପୁରି
କାମନା ବାସନା ରହିଛି, ସଦା ହୃଦୟେ ଭରି ।

ପଚିଶ ପ୍ରକୃତି ମନକୁ, କରଇ ବିଚଳିତ
କୃପା କରି କୃପାମୟ ହେ, ସ୍ଥିର କର ମୋ ଚିତ୍ତ ।

ପ୍ରାଣ ପ୍ରୟାଣର ସମୟେ, ବାରେ ଦେବ ଦର୍ଶନ
ଜୀବ ମୋକ୍ଷ ଗତି କରିବ, ଏହା ମୋ ନିବେଦନ ।

ଭକତି କରିବି ଶକତି, ଦିଅ ହୃଦୟେ ଭରି
ତୁମ୍ଭ ନାମ ଜପି ଏ ଭବୁ, ଥରେ ହୋଇବି ପାରି ।

ମଙ୍ଗଳମୟ ହେ ମଙ୍ଗଳେ, ପୂର୍ଣ୍ଣ କର ବାସନା
ସର୍ବ ଶୁଭେ ଥାନ୍ତୁ ଏ ଦେଶବାସୀ, ଏହି କାମନା ।

new life
You might also like
error: Content is protected !!