ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଆହୁସିଂବୋର୍ଡ ର ଏକ ଭଡ଼ା ଘରୁ ଆଜି ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି ।
ମୃତକ ଜଣଙ୍କ ମଠତେନ୍ତୁଲିଆ ଗ୍ରାମର ପ୍ରତିମା ଦାସ , ସେ ୨୦୦୨ ରେ ବିବାହ କରିଥିଲେ ସେ ନିଜ ସ୍ୱାମୀଙ୍କ ସହ ଏକ ଭଡା ଘରେ ରହୁଥିଲେ ।
ଆଜି ସ୍ୱାମୀ ନିଜ ସ୍ତ୍ରୀ ର ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଦେଖି ପୋଲିସ୍ କୁ ସୂଚନା ଦେଇଥିଲେ , ପୋଲିସ୍ ପହଁଚି ଶବକୁ ଜବତ କରିବା ସହ ଏହା ହତ୍ୟା କି ଆତ୍ମହତ୍ୟା ସେ ନେଇ ତଦନ୍ତ କରୁଛି ।