News
WhatsApp Image 2023-10-04 at 17.25.00
samparksetu

ଜୟ ହେ ଶ୍ରୀରାମ ରାମ, ମଧୁର ମୂରତ୍ତୀ

ଜୟ ହେ ଶ୍ରୀରାମ ରାମ, ମଧୁର ମୂରତ୍ତୀ
ତବ ଆଗମନେ ଧରା, ଉଠଇ ପୁଲକୀ ।
ନାନା ପାଦପରେ ଫୁଟି, ନାନାଜାତି ପୁଷ୍ପ
ସ୍ବାଗତ ଗୀତିକା ଗାଏ, ମଥା କରି ନତ ।


କୃଷ୍ଣଚୁଡା ପୁଷ୍ପେ ଧାତା, ଦିଅନ୍ତି ଅଞ୍ଜଳି
ସର୍ବ ଦେବଗଣେ ସ୍ତୁତି, କରୁଛନ୍ତି ମିଳି ।
ଅଯୋଧ୍ୟା ମଣ୍ଡନ ନାଥ, କୌଶଲ୍ୟା ନନ୍ଦନ
ଆନନ୍ଦମୟ ହେ ପ୍ରଭୁ, ଭୁବନ ମୋହନ ।


ଜୟ ଜୟ ସୀତା ମାତା, ଅନୁଜ ଲକ୍ଷ୍ମଣ
ଜୟ କପି ଶ୍ରେଷ୍ଠକର, ଆନନ୍ଦ ବର୍ଦ୍ଦନ ।
କି ଶୁଭ ଲଗନେ ଆଜି, ତୁମ୍ଭ ଜନ୍ମତିଥି
ଚରଣେ ଶରଣ ଦିଅ, ପ୍ରଭୁ ରଘୁପତି ।

new life
You might also like
error: Content is protected !!