କାହିଁଗଲା ଲଣ୍ଠନ ଚାରିପଟେ ପାଠ ପଢା
ପ୍ଲାଟୋ ପେନ ର ଲେଖା
ଟ୍ରାନ୍ସଲେସନ କରିବା
ନନାଙ୍କର ଦାନ୍ତ କଡମଡ
ନାନୀ ର ହଡା ବଳଦ ର ଆତ୍ମକାହାଣୀ ଲେଖା
ତୁଳସୀଚଉରା ପାଖରେ
ସନ୍ଧ୍ଯା ର ଅସ୍ପଷ୍ଟ ଗୁଣୁଗୁଣୁ ଶବ୍ଦ
ଅଧରାତିରେ କଂସାବାସନର ଝଣଝଣ ଶବ୍ଦ !
ଏ ସବୁ ହଜିଯାଇଛି
ସ୍ମୃତି ର ଚୋରା ବାଲି ରେ ।
ଚୋରାଇନେଇଛି ମୋବାଇଲ ଓ ଟିଭି
ଆଖି ଯାଇଛି ସେଥିରେ ଲାଖି
ସ୍ମୃତି ବିକ୍ଷିପ୍ତ ଆଜି
ଚାଲିଗଲା ଦେଇ ଠକି।