News
WhatsApp Image 2023-10-04 at 17.25.00
samparksetu

ଚଳିତ ବର୍ଷର ଶିକ୍ଷା କିଛି କଥା,କିଛି ବ୍ୟଥା

ପ୍ରଥମେ ପରୀକ୍ଷା ସ୍ଥଗିତ, ଛାତ୍ରୀ ଛାତ୍ରଙ୍କ ଆନ୍ଦୋଳନପରେ ଓ ବିଶ୍ଵବ୍ୟାପୀ କରୋନା ମହାମାରୀର ପାଦୁର୍ଭାବକୁ ଆଖିଆଗରେ ରଖି ଓଡ଼ିଶା ସରକାରଙ୍କ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ବାତିଲ କରାଯିବା ନିଷ୍ପତ୍ତି ଓଡିଶା ଇତିହାସରେ ପ୍ରଥମ ।ଏହାକୁ ଆମେ ସ୍ୱାଗତ କରୁଛୁ। କାରଣ ଜୀବନ ଆଗ, ଆଉସବୁ ପଛ।


୯୦ ଦିନ ଅଫଲାଇନରେ କ୍ଲାସ ରୁମ ପାଠପଢା କାମରେ ଆସିଲାନି,ବର୍ଷସାରା ଅନଲାଇନରେ ପାଠପଢ଼ା, ଶିକ୍ଷକମାନଙ୍କ ଭିତରେ ଟଣା ଓଟରା କିଏ କେତେ କ୍ଲାସ୍ କରିବ କିଏ କେତେ ସମୟ ସ୍କୁଲ ଜଗିବ,ପ୍ରାଥମିକ ଶିକ୍ଷକମାନଙ୍କୁ ଉଚ୍ଚ ବିଦ୍ୟାଳୟ ମାନଙ୍କରେ କ୍ଲାସ୍ କରେଇବା,ପରୀକ୍ଷା ଦର୍ପଣ ପୁସ୍ତିକା ବିନାମୂଲ୍ୟରେ ଯୋଗାଣ ଭଳି ସମସ୍ତ ପ୍ରଚେଷ୍ଟା କେବଳ ଯେ ପ୍ରଶଂସନୀୟ ତାହା ନୁହେଁ, ସେସବୁ ଉଦ୍ୟମ ଉଦାହରଣ ହୋଇ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଯିବ ଓ ଆଗାମୀ ଦିନମାନଙ୍କରେ ଏଭଳି ପରିସ୍ଥିତିର ମୁକାବିଲା କରିବାକୁ ଆମର ପଥ ପ୍ରଦର୍ଶକ ହେବ ।

ତେବେ,ଚଳିତ ବର୍ଷ ବୋର୍ଡ଼ ପକ୍ଷରୁ ବହୁଗୁଡିଏ ପ୍ରଶ୍ନ ୱେବସାଇଟରେ ଛଡ଼ା ଯାଇଥିଲା । ସେସବୁକୁ ବିଦ୍ୟାଳୟ ସ୍ତରରେ ଅଫଲାଇନରେ ପ୍ରତ୍ୟକ୍ଷ ଭାବରେ ପରୀକ୍ଷା କରାଯାଇଥିଲା ଓ ଚଳିତ ବର୍ଷ ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀ, ଛାତ୍ର ମାନେ ସେଥିରେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିଥିଲେ । ଏହାଛଡ଼ା ପ୍ରତ୍ୟେକ ଛାତ୍ରୀ, ଛାତ୍ରଙ୍କ ପୂର୍ବ ଶ୍ରେଣୀ ଯଥା ଅଷ୍ଟମ ଓ ନବମ ଶ୍ରେଣୀର କିଛି ପରୀକ୍ଷାର ହାରାହାରି ନମ୍ବର ଓ ଚଳିତ ବର୍ଷ ପରୀକ୍ଷାର ହାରାହାରି ନମ୍ବର ସବୁକୁ ଆଧାର କରି ଛାତ୍ରୀ, ଛାତ୍ରମାନଙ୍କର ମୂଲ୍ୟାୟନ କରାଯାଇ ସେମାନଙ୍କୁ ଚଳିତ ବର୍ଷର ବୋର୍ଡ଼ ପରୀକ୍ଷା ନମ୍ବର ପ୍ରଦାନ କରି ଉତ୍ତୀର୍ଣ୍ଣ କରାଯାଇପାରିବ ।

ମେଧାବୀ ଛାତ୍ରଛାତ୍ରୀ ଯେଉଁମାନେ ଚାହିଁବେ ଓ ଏହି ନମ୍ବରରେ ଅସହମତି ପ୍ରକାଶ କରିବେ ସେମାନଙ୍କୁ କରୋନା ପରିସ୍ଥିତି ସୁଧୁରିବାପରେ ପୁନର୍ବାର ପ୍ରତ୍ୟକ୍ଷ ଭାବରେ ଅଫଲାଇନରେ ପରୀକ୍ଷା ଦେବାର ସୁଯୋଗ ମଧ୍ୟ ରହିବା ଉଚିତ ହେବ।ବିଭିନ୍ନ କ୍ଷେତ୍ରରେ ପରବର୍ତ୍ତୀ ଶ୍ରେଣୀମାନଙ୍କରେ ଅଧ୍ୟୟନ ପାଇଁ ଏଣ୍ଟ୍ରାନ୍ସ ପରୀକ୍ଷା କରାଯାଇ ଛାତ୍ରୀ ଛାତ୍ର ମାନଙ୍କୁ ବାଛି ନିଆ ଗଲେ ବିଶେଷ ଅସୁବିଧା ହେବ ନାହିଁ ବୋଲି ଆଶା ଓ ବିଶ୍ୱାସ ।

new life
You might also like
error: Content is protected !!