News
WhatsApp Image 2023-10-04 at 17.25.00
samparksetu

ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ ପ୍ରେମିକା

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ସୁରପ୍ରତାପପୁର ଗ୍ରାମର ଜଣେ ଝିଅର ଏକ ପୁଅ ସହ ଦୀର୍ଘ ୭ ବର୍ଷ ହେବ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।

ସୂଚନା ଅନୁଯାୟୀ ଗତ ୨୧ ଏପ୍ରିଲ ରେ ଏକ ବସ୍ ଯୋଗେ ଡ଼ୁବୁରି ଓ ସେହିଠାରୁ ଅନ୍ୟଏକ ବସ୍ ଯୋଗେ ଦୁହେଁ ଯାଜପୁରରୋଡ ଯାଇଥିଲେ । ସେଠାରୁ ଟାଟା ମ୍ୟାଜିକ ଯୋଗେ ପାଣିକୋଇଲି ଛକରେ ଓଲ୍ହାଇ ସେଠାରେ ଏକ ଲଜ୍ ରେ ଦୁହେଁ ସମ୍ପର୍କ ରଖିଥିଲେ । ସମ୍ପୃକ୍ତ ଝିଅର କହିବା ଅନୁଯାୟୀ ଦୁଇଦିନ ପରେ ବିବାହ ପାଇଁ ପ୍ରତିସ୍ତୁତି ଦେଈ ସେଠାରୁ ବସ୍ ଯୋଗେ ଘରକୁ ପଠେଇ ଦେଇଥିଲେ ।

ଦୁଇ ଦିନ ବିତିଯାଇଥିଲେ ମଧ୍ଯ ତାଙ୍କ ଫୋନ୍ ନଉଠେଇ ନଥିଲେ ଏବଂ ପରେପରେ ଅଫ କରିଦେଇଥିଲେ । ତେଣୁ ସିଏ ବାଧ୍ୟ ହୋଇ ପୁଅ ର ଘର ସିଆରଦୋଳି କୁ ଯାଇଥିଲେ । ହେଲେ ସେଠାରେ ପୁଅର ମା ବାପା ଓ ବୁଢୀମାର ନିର୍ଯାତନା ର ଶିକାର ହୋଇଥିଲେ । ଶେଷରେ ନ୍ୟାୟ ପାଇଁ ଥାନାରେ ଦ୍ୱାରସ୍ଥ ହେଲେ ପ୍ରତାରିତ ପ୍ରେମିକା ।

new life
You might also like
error: Content is protected !!