News
WhatsApp Image 2023-10-04 at 17.25.00
samparksetu

ଭଙ୍ଗାକୁଡ଼ିଆ ରେ ଦିନ ବିତାଉଛନ୍ତି ମିନତୀ

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ସୁରପ୍ରତାପପୁର ଗ୍ରାମ କଣ୍ଟାସାହିର ମିନତୀ ପରିଡା ଓ ସ୍ବାମୀ ଶ୍ବେତ ପରିଡା ଏକ ଭଙ୍ଗା ଚାଳଘରେ ଜୀବନ ବିତାଉଛନ୍ତି । ଶ୍ବେତ ପରିଡା ଜଣେ ଭିନ୍ନକ୍ଷମ ହୋଇଥିବା ବେଳେ ଉଭୟେ ବହୁ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି ।

ସେମାନଙ୍କୁ କେବଳ ରାସନକାର୍ଡ ରେ ଚାଉଳ ଗଣ୍ଡାଏ ମିଳୁଛି ।ମିନତୀ ପରିଡାଙ୍କ ଦୁଇଟି ପୁଅ ଟୁକୁନା (୧୨) ଓ ବଳରାମ (୧୦) । ମିନତୀ ପର ଘରେ କାମକରି ଘର ଚଳାଉଛନ୍ତି । ତେବେ ମିନତୀ ଙ୍କ କହିବା ଅନୁଯାୟୀ ଏ ନେଇ ସେ ସରପଞ୍ଚ ଓ ବିଡିଓ ଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଘର ଖଣ୍ଡିଏ ମିଳିପାରିଲା ନାହିଁ।

ସରପଞ୍ଚ କେବଳ ପ୍ରତିଶୃତି ଦେଇ ଚାଲିଛନ୍ତି । ସ୍ବାମୀ ଶ୍ବେତ ପରିଡା ଭିନ୍ନକ୍ଷମ ହୋଇଥିଲେ ମଧ୍ଯ ଭତ୍ତା ମିଳୁନାହିଁ । ଏଭଳି ଦୁରାଵସ୍ତା ଦେଖି ସମସ୍ତ ଯୋଜନା କେବଳ ତାତ୍ସଲ୍ୟ ବୋଲି ସ୍ଥାନୀୟ ମହଲରେ ଚର୍ଚ୍ଚା ।

new life
You might also like
error: Content is protected !!