News
WhatsApp Image 2023-10-04 at 17.25.00
samparksetu

ଜିଲ୍ଲାରେ ଆଜି ୨୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ଆଜି ୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ଘରୋଇ ସଙ୍ଗରୋଧରୁ ୨ ଜଣ ହୋଇଥିଲା ବେଳେ ୧୮ ଜଣ ଡାକ୍ତରଖାନାରୁ ଚିହ୍ନଟ ହୋଇଛନ୍ତି ।

ଆକ୍ରାନ୍ତଙ୍କ ମଧ୍ୟରୁ ସଦର ବ୍ଲକ ଭାପୁରରୁ ୨ ଜଣ, କାମଧେନୁକୋଟ ଓ ତରଭାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳରୁ ୨ ଜଣ, ଗଁଦିଆ ବ୍ଲକ ଯୋରନ୍ଦା ଓ ବାଲିଆପାଟରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ଓଡ଼ାପଡ଼ା ବ୍ଲକ ର ଚାଇଁ ପୁର ଓ ହିନ୍ଦୋଳରୋଡରୁ ଜଣେ ଲେଖାଏଁ ଚିହ୍ନଟ ଅଛନ୍ତି ।

ଏମାନଙ୍କ ବ୍ୟତୀତ ଢେଙ୍କାନାଳ ମ୍ୟୁନିସପାଲିଟି ଅନ୍ତର୍ଗତ ସିମିଳିଆ ରୁ ଜଣେ, କଙ୍କଡ଼ାହାଡ଼ ବ୍ଲକ କନ୍ଧରାରୁ ଜଣେ, ହିନ୍ଦୋଳ ରଞ୍ଜାଗୋଳରୁ ଜଣେ, ପର୍ଜଙ୍ଗ ବସୋଇରୁ ଜଣେ, କାମାକ୍ଷାନଗର ବ୍ଲକ ବାଇସିଙ୍ଗା ଓ ଭୁବନ ବ୍ଲକ ଦିଘୀରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ବ୍ୟତୀତ ଅନ୍ୟ ୪ ଜଣଙ୍କର ଠିକଣା ହସ୍ତଗତ ହୋଇ ପାରି ନଥିଲା ବେଳେ ସେମାନେ ଚିକିତ୍ସାଳୟରୁ ଚିହ୍ନଟ ହୋଇଛନ୍ତି ।

new life
You might also like
error: Content is protected !!