News
WhatsApp Image 2023-10-04 at 17.25.00
samparksetu

ପାଣି ପାଇଁ ରାସ୍ତାରୋକ ; ପ୍ରତିଶୃତି ମିଳିବା ପରେ ହଟିଲା ରାସ୍ତାରୋକ

ପାଣି ପାଇଁ ଜାତୀୟ ରାଜପଥ ଅବରୋଧ କଲେ ରଙ୍ଗମାଟିଆ ବନ୍ୟା ସାହି ଗ୍ରାମବାସୀ । ଆଜି ସକାଳୁ ଗ୍ରାମର ଶତାଧିକ ମହିଳା ଗରା, ବାଲ୍ଟି ଧରି ଜାତୀୟ ରାଜପଥ ୫୩ ର ରଙ୍ଗମାଟିଆ ଛକ ଠାରେ ରାସ୍ତା ଅବରୋଧ କରିଥିଲେ ।

ଯାହା ଫଳରେ କାମାକ୍ଷାନଗର -ଯାଜପୁର ରୋଡ଼ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ଉଭୟ ପାର୍ଶ୍ବରେ ଶତାଧିକ ଗଡି ଅଟକି ରହିଥିଲା।

ସୂଚନା ଅନୁସାରେ ରଙ୍ଗମାଟିଆ ବନ୍ୟାସାହି ରେ ଗୋଟିଏ କୂଅ ଓ଼ ଗୋଟିଏ ନଳକୂଅ ଉପରେ ସାହି ର ପ୍ରାୟ ୧୫୦ଟି ପରିବାର ନିର୍ଭର କରିଥାନ୍ତି । କିନ୍ତୁ ଗ୍ରାମ ପାଖରେ NH ସମ୍ପ୍ରସାରଣରେ ନିୟୋଜିତ ଥିବା ବାଲାଜୀ କମ୍ପାନୀ ର ଡକୟାର୍ଡ଼ ରୁ ନିର୍ଗତ ଦୂଷିତ ଗୁଣ୍ଡ ପାଖରେ ଥିବା କୂଅ ଓ ପୋଖରି ରେ ପଡି ପାଣି ଗାଧୋଇବା ଓ ପିଇବାକୁ ଉପଯୋଗି ହୋଉନାହିଁ ।

ଯେଉଁ ଗୋଟିଏ ନଳକୂଅ ଅଛି ସେଥିରେ ଭଲରେ ପାଣି ଆସୁନାହିଁ। ଗ୍ରାମର ମହିଳା ମାନେ ପାଣି ପାଇଁ ବହୁତ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ।

ଏ ସମ୍ପର୍କ ରେ ବାରମ୍ବାର ବିଡିଓ, ସରପଞ୍ଚ ଓ଼ ବାଲାଜୀ କତୃପକ୍ଷ ଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକାର ବ୍ୟବସ୍ଥା ନ ହେବାରୁ ଆଜି ଶତାଧିକ ମହିଳା ରଙ୍ଗମାଟିଆ ଛକ ଠାରେ ରାସ୍ତାରୋକ କରିଥିଲେ ।

ଖବର ପାଇ କାମାକ୍ଷାନଗର ଥାନା ଅଧିକାରୀ ଓ ସରପଞ୍ଚ ଘଟଣା ସ୍ଥଳରେ ପହଞ୍ଚି ଲୋକ ମାନଙ୍କୁ ବୁଝାସୁଝା କରି ଆଜି ପାଣି ଦେବାର ପ୍ରତିଶୃତି ମିଳିବା ପରେ ପ୍ରାୟ ୨ ଘଣ୍ଟା ପରେ ରାସ୍ତାରୋକ ହଟିଥିଲା।

new life
You might also like
error: Content is protected !!