News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ କୋଭିଡ ହସ୍ପିଟାଲରେ କୋଟି କୋଟି ଟଙ୍କାର ଯନ୍ତ୍ରପାତି ଖତ ଖାଉଛି, ଟେକ୍ନିସିଆନ ନାହାନ୍ତି

କରୋନା ମହାମାରୀ କୁ ଦୃଷ୍ଟିରେ ରଖି ଢେଙ୍କାନାଳରେ ୫-ଟି ସଚିବ ପାଣ୍ଡିଆନଙ୍କ ଦ୍ୱାରା ଏକ କୋଭିଡ ହସ୍ପିଟାଲ ଉଦଘାଟନ ହୋଇଥିଲା । ସେଥିରେ ୬ଟି ICU ଓ ୩ ଟି ଭେଣ୍ଟିଲେଟର ଶଯ୍ୟା ରହିଅଛି ।

ଦୁଃଖର ବିଷୟ ଯେ ଏହାକୁ ଚଳାଇବା ପାଇଁ ଟେକ୍ନିସିଆନ ପୋଷ୍ଟିଙ୍ଗ ନାହାନ୍ତି । ଏଥିପାଇଁ ଗତ ବର୍ଷ ଜଣେ ବିଶିଷ୍ଟ ଶିକ୍ଷାବିତଙ୍କ ଜୀବନ ଚାଲିଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଖାମଖିଆଲି ଢଙ୍ଗରେ କୁହନ୍ତି- ଏପରି ରୋଗୀଙ୍କୁ କଟକ କିମ୍ବା ଭୁବନେଶ୍ୱର ପଠାଇ ଦେଉଛୁ ।

ଏସମ୍ପର୍କରେ ଢେଙ୍କାନାଳ ସଚେତନ ନାଗରିକ ଫୋରମର ଉପସଭାପତି ଶ୍ରୀ ପଙ୍କଜ ନାୟକଙ୍କ ନେତୃତ୍ୱରେ ଏକ ଉଚ୍ଚ ପଦକ୍ଷେପ ନିଆଯାଇ ମୁଖ୍ୟ ଶାସନ ସଚିବଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ଦିଆଯାଇଛି ।

new life
You might also like
error: Content is protected !!