News
WhatsApp Image 2023-10-04 at 17.25.00
samparksetu

” ଟିକାକରଣ ପୂର୍ବରୁ ରକ୍ତଦାନ କରିବା ” ସ୍ଲୋଗାନକୁ ନେଇ ଏବିଭିପି ଢେଙ୍କାନାଳ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଢେଙ୍କନାଳ ଦ୍ଵାରା
କୋଭିଡ ଟିକାକରଣ ପୂର୍ବରୁ ରକ୍ତ ଦାନ କରିବାକୁ ନେଇ ଏକ
କାର୍ଯ୍ୟକ୍ରମ ଦ୍ଵାରା ଏହି ମହାମାରୀ ସମୟରେ କୋଭିଡ ନିୟମ ମାନି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l’

ଏଥିରେ ମୋଟ ୬୭ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି । ” ଟିକାକରଣ ପୂର୍ବରୁ ରକ୍ତଦାନ କରିବା ” ଏହି ସ୍ଲୋଗାନକୁ ନେଇ ଏହି ଶିବିର ଆୟୋଜନ କରାଯାଇଥିଲା ।

ଆଗକୁ ବିଶ୍ୱର ସର୍ବବୃହତ୍ ଟୀକା କରଣ ଉତ୍ସବରେ ଦେଶର ୧୮-୪୫ ବର୍ଷ ବୟସ ନାଗରିକ ମାନେ ଟିକା ନେବେ, ଟିକା ନେବାର ୬୦ ଦିନ ପର୍ଯ୍ୟନ୍ତ ରକ୍ତ ଦେଇହେବନି ତେଣୁ ଏହି ଶିବିର ଆୟୋଜନ କରାଯାଇଥିଲା ।

ଏହି ଶିବିରରେ ଏବିଭିପି ଓଡିଶାର ରାଜ୍ୟ ସହ ସମ୍ପାଦକ ଅରିଜିତ ପଟ୍ଟନାୟକ ଉପସ୍ଥିତ ରହି ରକ୍ତ ଦାନ କରି ଏଥି ସହିତ ଏବିଭିପି ଢେଙ୍କାନାଳ ସମସ୍ତ ୧୮ ବର୍ଷରୁ ଉର୍ଦ୍ଧ ଯୁବକମାନଙ୍କୁ ରକ୍ତ ଦେବା ପାଇଁ ଅନୁରୋଧ କରିବା ସହ ଢେଙ୍କନାଳର ବିଭିନ୍ନ ସଂଗଠନ ମାନେ ବି ଏହି ସମୟରେ ରକ୍ତ ଦାନ କରି ଆଗାମୀ ଦିନରେ ଆସିବାକୁ ଥିବା ରକ୍ତ ଅଭାବକୁ ଦୂର କରିବା ପାଇଁ ଅନୁରୋଧ କରିଛନ୍ତି ।

ଏହି ଶିବିରରେ ବ ଜିଲ୍ଲା ପ୍ରମୁଖ ଅଧ୍ୟାପକ ଚିତ୍ତରଂଜନ ରାଉତରାୟ ଉପସ୍ଥିତ ରହି ରକ୍ତ ଦାତା ଙ୍କୁ ଉତ୍ସାହିତ କରିଥିଲେ । ବିଭାଗ ସଂଯୋଯକ ବି ସୂର୍ଯ୍ୟ ରୋଶନ, ନଗର୍ ସମ୍ପାଦକ ଅଭିନବ ବେହେରା ରକ୍ତ ଦାନ କରିବା ସହିତ ଅନ୍ୟମାନଙ୍କୁ ଉତ୍ସାହିତ କରିଥିଲେ ।

ଢେଙ୍କାନାଳ ଜିଲ୍ଲା ରକ୍ତଭଣ୍ଡାର, ବ୍ଳଡ଼ ବ୍ୟାଙ୍କ୍ ଅଧିକାରୀ ଡ
ଜୟନାରାୟଣ ପାଢି, ଟେକ୍ନିସିଆନ ପରମାନନ୍ଦ ପଣ୍ଡା, ରୋହିତକୁ ଦାସ, ଭୀମସେନ ବେହେରା, ସୌଭାଗ୍ୟ ରଞ୍ଜନ ମିଶ୍ର ପ୍ରମୁଖ ଶିବିର କୁ ସଫଳ କରିଥିଲେ । ଏବିଭିପି ର ରାଜ୍ୟ ଟେକ୍ନିକାଲ୍ ସେଲ ସହ ସଂଯୋଯକ ଅରୂପ ପଟ୍ଟନାୟକ, ନଗର୍ ସହ ସମ୍ପାଦକ ପ୍ରଥମ ହୋତା, ସ୍ମୃତି ରଞ୍ଜନ, ଆଦର୍ଶ ସାହୁ, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ନୀତିଶା ବେହରା ନଗର୍ ଉପସଭାପତି ସିଦ୍ଧାର୍ଥ ଜେନା , ଅମୃତ ଅଭିଷେକ ଦାସ, ପ୍ରମୂଖ ଉପସ୍ଥିତ ଥିଲେ ।

new life
You might also like
error: Content is protected !!