News
WhatsApp Image 2023-10-04 at 17.25.00
samparksetu

ନୂତନ ଗୋଶାଳା ଏବଂ ପାଠାଗାର ଉଦଘାଟିତ

ଆଜି ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ମା ହିଙ୍ଗୁଳାଙ୍କ ପୀଠ ପରିସରରେ ଗୋଶାଳା ଓ ପାଠାଗାର ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନ ଅବସରରେ ବିଶ୍ବ ହିନ୍ଦୁ ପରିଷଦର ଓଡିଶା ଶାଖା ଉପସଭାପତି ମହେଶ ସାହୁ ଯୋଗ ଦେଇ ଉଦଘାଟନ କରିଥିଲେ ।

ପ୍ରାଥମିକ ସ୍ଥରରେ ୭/୮ ଟି ଗାଈ ଦିଆଯିବ ଏବଂ ଗୋଶାଳାରେ ଗୋରୁମାନଙ୍କର ଲାଳନପାଳନ କରି ଖୀର, ଦହୀ, ଛେନା ଓ ଘିଅରେ ସିମିତ ରଖାଯିବ ନାହିଁ । ପରବର୍ତ୍ତୀ ପର୍ଯ୍ୟାୟରେ ଗାଈର ଗୋବର ଓ ଗୋମୂତ୍ରକୁ ବ୍ୟବହାର କରାଯାଇ କିପରି ଅସାଧ୍ୟ ରୋଗର ଉପଶମ କରାଯିବ ତାର ଗବେଷଣା କରାଯିବ । ଏବଂ ଏହି ଗୋଶାଳାଟି ଆଗକୁ କିପରି ସୁଦୃଢ ହେବ ଆଲୋଚନା କରିଥିଲେ ।

ଏହି ଉଦଘାଟନ ଅବସରରେ ABVP ଓଡିଶା ଶାଖାର ପ୍ରମୁଖ ଦିଲିପ କୁମାର ଦାସ ଯୋଗ ଦେବା ସହିତ ଶହଶହ ଅଞ୍ଚଳବାସୀ ଯୋଗଦେଇଥିଲେ ।

new life
You might also like
error: Content is protected !!