News
WhatsApp Image 2023-10-04 at 17.25.00
samparksetu

ଫାଇନ ନଦେବାକୁ ଯାଇ ସଡ଼କ ଦୁର୍ଘଟଣା

ଭୁବନ ରୁ ଢେଙ୍କାନାଳ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ଭୁବନ ରଗଡି ଛକ ନିକଟରେ ଦୁଇ ମୋଟର ସାଇକେଲ ମଧ୍ୟରେ ମୁହାଁମୁହିଁ ଦୁର୍ଘଟଣାରେ ଦୁଇ ଆରୋହି ଗୁରୁତର ହୋଇଛନ୍ତି ।

ରଗଡି ଛକ ନିକଟରେ ଭୁବନ ପୋଲିସ ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ମାସ୍କ ଓ ହେଲମେଟ ଚେକିଂ ହେଉଥିଲା ।

ମହୁଳପାଳ ଆଡୁ ଆସୁଥିବା ନୂଆ ଟିପିଳେଇ ଗ୍ରାମର ବଳଭଦ୍ର ପଧାନ ନିଜେ ହେଲେମେଟ ଓ ମାସ୍କ ପିନ୍ଧି ନଥିବା ହେତୁ ଫାଇନ ହେବା ଭୟରେ ଦ୍ରୁତ ଗତିରେ ମଟର ସାଇକେଲ ରେ ଭୁବନ ପଟକୁ ମାଡି ଆସୁଥିବା ବେଳେ , ଭୁବନ ବଡ଼ହାଟର ମନୋଜ ସାହୁ(୨୩) ଙ୍କ ସହିତ ଧକ୍କା ହୋଇଥିଲେ ।

ମନୋଜ ଙ୍କର ବାମ ଗୋଡ ଭାଙ୍ଗିଯାଇଥିବା ବେଳେ ବଳଭଦ୍ର ଙ୍କ ମୁଣ୍ଡ ଫାଟି ଯାଇଛି । ପ୍ରାଥମିକ ଚିକିତ୍ସା ପରେ ବଳଭଦ୍ର ଘରକୁ ପଠାଇ ଦିଆଯାଇଥିବା ବେଳେ ମନୋଜ ଙ୍କୁ ଭୁବନ ଡାକ୍ତରଖାନାରୁ କଟକ ସ୍ଥାନାନ୍ତର କରାଯାଇଛି ।

new life
You might also like
error: Content is protected !!