ଆସହେ ସଭିହେଁ ପାଳିବା ଶ୍ରମିକ ଦିବସ
ଶ୍ରମିକ ମନରେ ଆଣିବା ଆମେରେ ହରଷ
ଶ୍ରମ କରି ଜୀବନକୁ ଯିଏ ଦେଇ ଝାସ
କର୍ମ କରିଚାଲେ ବରଷ ଦିବସ ମାସ ।
ସାର ବିଶ୍ୱରେ ସବୁ କର୍ମ କଲା ଯିଏରେ
ସଭିଙ୍କର ପ୍ରିୟ ଶ୍ରମିକ ଭାଇଟି ସିଏରେ
ସେହି ଶ୍ରମିକଙ୍କୁ ଉଚିତ ସନମାନ ଦେବା
ଜୀବନରୁ ତାହାର ଦୁଃଖ ଦୂରେଇ ଦେବା ।
ବିଶ୍ୱ ତିଷ୍ଠି ପାରିବ ନାହିଁ ଶ୍ରମିକ ବିନା
ଶ୍ରମିକ ଦେହେ ପିନ୍ଧେ କତରା ଛିଣ୍ଡାକନା
ତା’ପେଟରେ ପଡୁନି ପୁଣି ମୁଠାଏ ଦାନା
ଶ୍ରମିକ କରୁଛି ଖାଲି ଚିର ସଂଗ୍ରାମ ସିନା ।
ସେଥିପାଇଁ ସାରାଦୁନିଆର ଶ୍ରମିକ ସଭିହେଁ ଆସହେ ଏକାଠି ହେବା
ସାରା ବିଶ୍ବରୁ ଆମେ ଶ୍ରମିକ ଶୋଷଣ ଶୃଙ୍ଖଳକୁ ଆମେ ଛିଣ୍ଡାଇ ଦେବା ।
✍️ ଡ଼ଃ ଅନୁପମା ମିଶ୍ର