News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଜିଲ୍ଲାରେ ୪୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦଶ ହଜାର ପାର ହୋଇଛି। ତିରିଶି ଜିଲ୍ଲାରୁ ଖୋର୍ଦ୍ଧା, ସୁନ୍ଦରଗଡ଼, କଟକ, ବରଗଡ଼, ଝାରସୁଗୁଡ଼ା, ନୂଆପଡ଼ା ଓ ସମ୍ବଲପୁର ପ୍ରଭୃତି ଜିଲ୍ଲାର ସଂକ୍ରମିତଙ୍କ ସଂଖ୍ୟା ଅହେତୁକ ଭାବେ ବଢ଼ିଚାଲିଛି।

ସୂଚନା ମୁତାବକ ଢେଙ୍କାନାଳ ଜିଲ୍ଲାର ନୂତନ ସଂକ୍ରମିତଙ୍କ ସଂଖ୍ୟା ୪୨।ତେବେ ୪୨ ଜଣରୁ ଘରୋଇ ସଂଙ୍ଗରୋଧରୁ ୨୮ ଜଣ ଅଛନ୍ତି। ଅନ୍ୟ ୧୪ ଜଣ ଡାକ୍ତରଖାନାରୁ ଚିହ୍ନଟ ହୋଇଛନ୍ତି।
ଗତକାଲିର ରିପୋର୍ଟ ଅନୁଯାଇ ହିନ୍ଦୋଳ ବ୍ଲକରୁ ସର୍ବାଧିକ ସଂଖ୍ୟକ ମୋଟ ୧୩ ସଂକ୍ରମଣର ଶିକାର ହୋଇଛନ୍ତି। ଏହି ବ୍ଲକର କୁକୁଟା, ବାହାଲୁଣ୍ଡା, ମଜୁବେରେଣୀ, ଗଣ୍ଡାନାଳୀ, ନିଜିଗଡରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ବନମାଳି ପୁର, ମାଧପୁର, ରାଜମୋହନପୁର ଓ ବହଣ୍ଡେଇ ଗାଁ ଗୁଡ଼ିକରୁ ଦୁଇ ଜଣ ଲେଖାଏଁ ସଂକ୍ରମିତ ହୋଇଛନ୍ତି। ଏହା ଛଡ଼ା ହିନ୍ଦୋଳ ଏନଏସିର ଅମଲାପଡା ଓ ନୂଆପାଣିସାହିରୁ ଦୁଇ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ଦୁଇ ଜଣଙ୍କୁ ମିଶାଇ ଉପଖଣ୍ଡରୁ ମୋଟ ପନ୍ଦର ଜଣ ସଂକ୍ରମିତ ଚିହ୍ନଟ ଚିନ୍ତାର କାରଣ ହୋଇଛି।

ତାଲିକାରେ ଦ୍ବିତୀୟ ସ୍ଥାନରେ ପର୍ଜଙ୍ଗ ବ୍ଲକ ରହିଛି। ଏହି ବ୍ଲକର ମେଣ୍ଢାପଦାରୁ ଦୁଇ ଜଣ ହୋଇଥିଲା ବେଳେ ପିତିରି, ଡିହଡୋଳ, ପାଟରପଦା ଓ କନ୍ଦରସିଙ୍ଗା ପଞ୍ଚାୟତରୁ ଜଣେ ଲେଖାଏଁ ମୋଟ ଛଅ ଜଣ ସଂକ୍ରମଣ ହୋଇଛନ୍ତି।

ସେହିପରି କାମାକ୍ଷାନଗର ବ୍ଲକର ରାଇନରସିଂପୁର, ଶ୍ରୀମୂଳା, କୁସୁମ ଯୋଡ଼ି, କଣ୍ଟାପାଳ ଓ ବାଉଁଶ ପାଳ ପ୍ରଭୃତି ଗାଁ ରୁ ଜଣେ ଲେଖାଏଁ ମୋଟ ପାଞ୍ଚ ଜଣ ସଂକ୍ରମିତଙ୍କ ଚିହ୍ନଟ କରାଯାଇଛି।
ଢେଙ୍କାନାଳ ମୁନିସିପାଲିଟିର ଅମଲାପଡାର ଦୁଇ ଜଣ, କଣ୍ଟାନାଳୀ ବାଇପାସ୍ ଓ ମହିଷାପାଟର ଜଣେ ଲେଖାଏଁ ମୋଟ ଚାରି ଜଣ ଚିହ୍ନଟ ହୋଇଛନ୍ତି। ସଦର ବ୍ଲକ ର ଖଣ୍ଡପଡ଼ା ଓ ଦେଓପଡା ର ଜଣେ ଲେଖାଏଁ ସଂକ୍ରମିତ ଅଛନ୍ତି।

କଙ୍କଡ଼ାହାଡ଼ ବ୍ଲକରୁ ଦୁଇ ଜଣ ସଂକ୍ରମିତଙ୍କ ଚିହ୍ନଟ କରାଯାଇଛି। ଏମାନଙ୍କ ମଧ୍ୟରୁ କଣ୍ଟାପାଳରୁ ଜଣେ ଓ ଅନ୍ୟ ଜଣଙ୍କର ଠିକଣା ହସ୍ତଗତ ହୋଇ ପାରି ନାହିଁ।

ଗଁଦିଆ ବ୍ଲକ ନିହଲପ୍ରସାଦ ଓ କରଡାବଣିରୁ ଜଣେ ଲେଖାଏଁ ଦୁଇ ଜଣ, ଭୁବନ ଏନସିର ପାଞ୍ଚ ନମ୍ବର ଓ୍ବାର୍ଡରୁ ଜଣେ ସଂକ୍ରମିତଙ୍କ ଚିହ୍ନଟ କରାଯାଇଛି।

ସକ୍ରିୟ ଥିବା କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧୫ ଥିବା ବେଳେ ୧୬ ଜଣ ସୁସ୍ଥ ହୋଇ ଫେରିଛନ୍ତି।ସଚେତନ ଗଣମାଧ୍ୟମ ହିସାବରେ ଆମର କର୍ତ୍ତବ୍ୟ ଜିଲ୍ଲାବାସୀଙ୍କ ସୁରକ୍ଷା କାମନା କରିବା କିନ୍ତୁ ଆପଣଙ୍କର ଅଭ୍ୟାସ ଆପଣଙ୍କୁ ସୁରକ୍ଷିତ ରଖି ପାରିବ। ମାସ୍କ ବ୍ୟବହାର କରିବା ସହ ଜନଗହଳି ଠାରୁ ନିଜକୁ ଦୂରେଇ ରଖନ୍ତୁ। ଆବଶ୍ୟକ ପଡିଲେ ଘରୁ ପଦାକୁ ଗୋଡ଼ କାଢନ୍ତୁ।

new life
You might also like
error: Content is protected !!