News
WhatsApp Image 2023-10-04 at 17.25.00
samparksetu

“ରୋଜା” ମାନବ ଜାତି ପାଇଁ ସହାନୁଭୂତି ର ମହାନ୍ ଶିକ୍ଷା

ଆଲ୍ଲା ତାଲା ଙ୍କ ର ନିକଟତା ପ୍ରାପ୍ତି ଉଦେଶ୍ୟ ରେ ଗୋଟିଏ ମୁସଲିମ ଧର୍ମାବଲମ୍ବୀ ରମଜାନ ର ଚନ୍ଦ୍ର ଦର୍ଶନ ପର ଠାରୁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଅନ୍ନଜଳ ସମ୍ପୂର୍ଣ୍ଣ ଭାବେ ତ୍ୟାଗ କରି ରୋଜା (ଉପବାସ) ରଖିଥାଏ।

ରମଜାନ ରୋଜା ର ଉଦେଶ୍ୟ କାହାକୁ ଭୋକ ଉପାସରେ ମାରିବା କଦାପି ନୁହେଁ, ଯଦି ଭୋକ ଉପାସରେ ଜୀବନ ଦେଇଦେଲେ ବୈକୁଣ୍ଠ ମିଳିଯାଏ ତେବେ ବିଧର୍ମୀ ଓ ଦୁଷ୍କର୍ମି ତଥା ଖଳ ପ୍ରବୃତ୍ତି ର ଲୋକ ମଧ୍ୟ ଏଥିପାଇଁ ପ୍ରସ୍ତୁତ ହୋଇଯିବେ।

ଆଜିକାଲି ତ ଛୋଟ ଛୋଟ କଥା ଯୋଗୁଁ ଲୋକମାନେ ଆମରଣ ଅନଶନ କରୁଛନ୍ତି, ଅନ୍ନଜଳ ତ୍ୟାଗ କରୁଛନ୍ତି। ଭୋକ ଉପାସରେ ଜୀବନ ହାରିବା ବଡ଼ କଥା ନୁହେଁ। ବରଂ ବଡ଼କଥା ହେଲା “ଚାରିତ୍ରିକ ଏବଂ ଆଧ୍ୟାତ୍ମିକ ପରିବର୍ତ୍ତନ” ।

ସୁତରାଂ ମନେରଖିବା ଉଚିତ୍ ଯେ ଏହି ପବିତ୍ର ମାସରେ ମନୁଷ୍ୟ ନିଜର ସମସ୍ତ ଅଧିକାର ସେହି ପରମ ପ୍ରତାପୀ ଆଲ୍ଲାଙ୍କ ପାଇଁ ତ୍ୟାଗ କରିଥାଏ। ତା’ର ଅନ୍ନଜଳ ତ୍ୟାଗ କରିବା ସାକ୍ଷୀ ଦେଇଥାଏ ଯେ ସେ ନିଜର ସମସ୍ତ ଅଧିକାର ଆଲ୍ଲାଙ୍କ ଯୋଗୁଁ ତ୍ୟାଗ କରିବାକୁ ପ୍ରସ୍ତୁତ ଅଛି। କାରଣ ଖାଇବା ପିଇବା ତଥା ଦାମ୍ପତ୍ୟ ଜୀବନ ଭୋଗ କରିବା ମନୁଷ୍ୟ ର ଅଧିକାର, କିନ୍ତୁ ଏହାକୁ ତ୍ୟାଗ କରି ମନୁଷ୍ୟ ପ୍ରମାଣ ଦେଇଥାଏ ଯେ ସେ ସବୁ କିଛି ତାହାରି ଛାମୁରେ ଉତ୍ସର୍ଗ କରିବାକୁ ପ୍ରସ୍ତୁତ ଅଛି। ଯଦି ଆମ ଜୀବନରେ ରମଜାନ ଆସିଲା ଏବଂ ଆମେ ସେଥିରୁ କୋୖଣସି ଲାଭ ଉଠାଇ ପାରିଲେ ନାହିଁ କିମ୍ବା ନିଜ ଭିତରେ ପବିତ୍ର ପରିବର୍ତ୍ତନ ଆଣି ପାରିଲେନି ତେବେ ଆମେ ରମଜାନ ଠାରୁ କିଛି ଶିକ୍ଷା ଲାଭ କରିପାରିଲେ ନାହିଁ ।

ଗମ୍ଭିରତା ସହ ସ୍ମରଣ କଲେ ଏହା ସ୍ପଷ୍ଟ ଭାବରେ ବିଦିତ ହେବ ଯେ ରମଜାନ ଆମକୁ ଏହି ଦୁଇଟି ଶିକ୍ଷା ଦେବାକୁ ଆସିଅଛି।
୧ – ଜଣେ ଧନୀ ବ୍ୟକ୍ତି ଯିଏ ବର୍ଷସାରା ସର୍ବୋତ୍ତମ ଖାଦ୍ୟ ଖାଏ ସେ ଭୋକିଲା ତୃଷାର୍ତ୍ତ ଜୀବନ ବିତାଉଥିବା ଗରିବ ଭାଇମାନଙ୍କ ଦୁଃଖ ଅନୁଭବ କରି ପାରେ ନାହିଁ। କାରଣ ସେମାନେ ଭୋକର ନିର୍ଯାତନା ଦେଖି ନାହାଁନ୍ତି କିମ୍ବା ଶୋଷିଲା ଲୋକର ଅସୁବିଧାକୁ ଅନୁମାନ କରିପାରି ନାହାନ୍ତି। କିନ୍ତୁ ଇସଲାମିୟ ଆଦେଶ ଅନୁଯାୟୀ ଗରିବ-ଧନୀ ସମସ୍ତ ଙ୍କ ପାଇଁ ରୋଜା ଧାର୍ଯ୍ୟ କରାଯାଇଛି। ଯେତେବେଳେ ଜଣେ ଧନବାନ ରୋଜା ରଖି ଦିନ ସାରା ଅନ୍ନଜଳ ତ୍ୟାଗ କରିବ ସେତେବେଳେ ଭୋକିଲା ତୃଷାର୍ତ୍ତ ର ଭୋକ ଓ ଶୋଷର ଯନ୍ତ୍ରଣା ଅନୁଭବ କରିବ ଯେ ମୋର ଗରିବ ଭାଇର ଅସୁବିଧା କ’ଣ ? ଫଳରେ ଗରିବ ଅସହାୟ ଏବଂ ଭୋକିଲା ଶୋଷିଲା ମାନଙ୍କ ପ୍ରତି ହୃଦୟରେ ସହାନୁଭୂତି ସୃଷ୍ଟି ହେବ,ଏବଂ ଫଳାଫଳ ହେଉଛି ଜାତିର ଉନ୍ନତି ହେବ ଏବଂ ଦେଶରୁ ଦାରିଦ୍ରତା ଦୂର ହେବ ।

୨- ଇସଲାମ ଚାହେଁନି ଯେ ଲୋକମାନେ ଅଳସୁଆ ହୁଅନ୍ତୁ, ବରଂ ସମସ୍ତ ଦୁଃଖ କଷ୍ଟ ର ଅନୁଭବ କରନ୍ତୁ ଏବଂ ସମୟ ପଡିଲେ ସମସ୍ତ କଠିନ ପରିସ୍ଥିତିର ମୁକାବିଲା ସାହସିକତା ସହ କରିବାକୁ ପ୍ରସ୍ତୁତ ରୁହନ୍ତୁ। ମାନବିକ ମୁଲ୍ୟବୋଧର ସୁରକ୍ଷା ପାଇଁ ତଥା ଗରିବ ଅସହାୟ ଙ୍କ ପ୍ରତି ସହାନୁଭୂତି ଜାଗ୍ରତ ହେଲେ ପବିତ୍ର ରମଜାନ ର ମହାନ୍ ଉଦେଶ୍ୟ ପୁର୍ଣ ହେବ ।

new life
You might also like
error: Content is protected !!