News
WhatsApp Image 2023-10-04 at 17.25.00
samparksetu

ଗଁଦିଆ ଉଦ୍ୟାନ ବିଭାଗ ନୂତନ କାର୍ଯ୍ୟାଳୟ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେଉନାହିଁ ; ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ

ଢେଙ୍କାନାଳ ଜିଲ୍ଲା ଗଁଦିଆ ଉଦ୍ୟାନ ବିଭାଗ ନୂତନ କାର୍ଯ୍ୟାଳୟ ନିର୍ମାଣ ତିନି ବର୍ଷ ହେଲା ନିର୍ମାଣ ଆରମ୍ଭ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁନଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି।

ନୂତନ କାର୍ଯ୍ୟାଳୟର ବିଜୁଳି ଓ ପାଣି ସମସ୍ୟା ଏବେ ସୁଦ୍ଧା ଥିବା ଜଣାପଡିଛି। ଉଦ୍ୟାନ ବିଭାଗର ଏହି କାର୍ଯ୍ୟାଳୟ ନିର୍ମାଣ ନିମନ୍ତେ ପନ୍ଦର ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ନିର୍ମାଣ ଦାୟିତ୍ବରେ ଥିବା ଯନ୍ତ୍ରୀଙ୍କ ଅବହେଳା ଯୋଗୁଁ କାର୍ଯ୍ୟରେ ବିଳମ୍ବିତ ହେଉଥିବା ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି। ଏହା ବ୍ୟତୀତ କରୋନା ପାଇଁ ନିର୍ମାଣ କାର୍ଯ୍ୟ ଶେଷ କରିବାରେ ଅସୁବିଧା ଥିଲା ବୋଲି ସେ କହିଥିଲେ।

ନର୍ସରୀ କାଯ୍ୟାଳୟ ପ୍ରାୟ ସଂପୂର୍ଣ୍ଣ ହୋଇସାରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାହା ଉଦ୍ୟାନ ବିଭାଗର ଅଧିକାରୀ ମାନଙ୍କ ଉଦାସୀନତାରୁ କାର୍ଯ୍ୟକ୍ଷମ ହୋଇପାରିନଥିବା ଯୋଗୁଁ ତାହା ଅସାମାଜିକ ଯୁବକଙ୍କ ଆଡାସ୍ଥଳୀରେ ପରିଣତ ହୋଇଛି। ଏବେ ନିକଟରେ କାର୍ଯ୍ୟାଳୟର ଫାଟକ ଓ ମେସିନ ଚୋରି ହେଇଯାଇଅଛି ବୋଲି ସୂଚନା ରହିଛି। ତା ଛଡା କାର୍ଯ୍ୟାଳୟ ପରିସରରେ ଥିବା ବହୁତ ମୂଲ୍ୟବାନ କାଠ ମଧ୍ୟ ଚୋରି ହୋଇଛି। ଏଥିପାଇଁ ଉଦ୍ୟାନ ବିଭାଗ ସମ୍ପୂର୍ଣ୍ଣ ରୂପେ ଦାୟି ବୋଲି ଅଭିଯୋଗ ହୋଇଛି।

ସୂଚନା ଥାଉ କି ଏଠାରେ ଜଣେ ଅଧିକାରୀ ଓ ଗାଡେନର(ମାଳୀ) ବର୍ତ୍ତମାନ ଅଛନ୍ତି। ଏମାନଙ୍କ ବ୍ୟତୀତ ଅନ୍ୟ ପୋଷ୍ଟ ଖାଲି ପଡ଼ିଛି। ଆଉ ଦୁଇ ଜଣ କର୍ମଚାରୀ ହେଲେ କାର୍ଯ୍ୟାଳୟ ପରିଚାଳନା ପାଇଁ କୌଣସି ଅସୁବିଧା ହେବ ନାହିଁ ବୋଲି ଏଠାରେ ଥିବା ଅଧିକାରୀ ପ୍ରକାଶ କରିଛନ୍ତି। ତେବେ ଅତି ଶୀଘ୍ର କାର୍ଯ୍ୟାଳୟ ର ବାକି ଥିବା କାମ ସମ୍ପୂର୍ଣ୍ଣ କରାଯାଇ ଏଠାରେ ଅଫିସ କାମ ହେବ ଓ ଚୋରି ସମ୍ପର୍କରେ ଥାନାରେ ରିପୋର୍ଟ କରିବେ ବୋଲି ବିଭାଗୀୟ ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି।

new life
You might also like
error: Content is protected !!