News
WhatsApp Image 2023-10-04 at 17.25.00
samparksetu

ଶ୍ରୀରାମପୁର ଗ୍ରାମରେ ଅଘଟଣ, ଲାଇନ ସଜାଡିଲା ବେଳେ ଚାଲିଗଲା ଜୀବନ

ଲାଇନ ନଥିବାର ଖବରପାଇ ଯାଇଥିଲେ ସଜାଡ଼ିବାକୁ ହେଲେ ହଠାତ ଆସିଗଲା ଲାଇନ ଏବଂ କ୍ଷଣିକେ ଚାଲିଗଲା ଜୀବନ । ଏଭକି ଅଘଟଣ ଘଟିଛି ଢେଙ୍କାନାଳ ଜିଲ୍ଲା ତୁମସିଂହା ଥାନା ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମରେ ।

ସୂଚନା ଅନୁଯାୟୀ ଗତକାଲି ଠାରୁ ଲାଇନ ନଥିବାରୁ ସଜାଡ଼ିବା ନିମନ୍ତେ ଶ୍ରୀରାମପୁର ଗ୍ରାମକୁ ଦୁଇଜଣ ବିଦ୍ୟୁତ କର୍ମଚାରୀ ଯାଇଥିଲେ । ଜଣେ କର୍ମଚାରୀ ସିଢ଼ିଯୋଗେ ପୋଲ ରେ ଚଢିଥିବା ସମୟରେ ଲାଇନ ଆସିଯିବାରୁ ବିଦ୍ୟୁତ ଆଘାତ ରେ ତଳେ ପଡିଯାଇଥିଲେ ।

ଗୁରୁତ୍ତର ଅବସ୍ଥାରେ ଚିକିତ୍ସା ନିମନ୍ତେ ଅଁଳାବେରେଣୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତକ ଘୋଷଣା କରିଥିଲେ । ମୃତକ ଜଣଙ୍କ ସଦାଶିବପୁର ଗ୍ରାମର ସ୍ବର୍ଗତ ବିରଞ୍ଚୀ ତ୍ରିପାଠୀଙ୍କ ପୁଅ ସୁଧୀର ତ୍ରିପାଠୀ ବୋଲି ଜଣାପଡିଛି ।

ତେବେ ଏନେଇ କର୍ମଚାରୀ ଓ ପରିବାର ଲୋକଙ୍କ ମଧ୍ଯରେ ଉତ୍ତେଜନା ଦେଖାଦେଇଥିବା ବେଳେ । ମୃତକର ପରିବାରଙ୍କୁ କ୍ଷତିପୁରଣ ସହ ମୃତକଙ୍କ ପତ୍ନୀଙ୍କୁ ନିଯୁକ୍ତି ଦାବି କରିଛନ୍ତି ।

new life
You might also like
error: Content is protected !!