ସଭିଙ୍କ ମୁଁହରୁ ଉଭେଇ ଗଲାଣି ହସ
ଯୁଆଡେ ଦେଖିବ ଚାରିଆଡ଼େ ଖାଲି ବିଷ
ଦୁଃଖର ଦାସ ହୋଇ ହୁଅନାରେ ଉଦାସ
ବ୍ୟଙ୍ଗ କବିତା କରିବ ଜୀବନ ସରସ ।
ହସ ଦ୍ୱାରା ତୁମେ ଦୁନିଆକୁ କର ବଶ
ବ୍ୟଙ୍ଗମୋଦୀ ବଟି ଝରାଉ ବ୍ୟଙ୍ଗର ରସ
ବ୍ୟଙ୍ଗରେ ଭରା ବ୍ୟଙ୍ଗ କବିତା ପାଠୋତ୍ସଵ
ପାଳନ କରିବା ଆସ ହସର ଉତ୍ସବ ।
ଚାରିଆଡ଼େ ଭରିଯାଉ ହସର ଫୁଆରା
ସଭିଏଁ ହୁଅନ୍ତୁ ହସ ରସେ ଆତ୍ମହରା
ହସହିଁ ତ କରିଦେଉ ସଭିଙ୍କୁ କିମିଆ
ହସମୟ ହୋଇଯାଉ ଏ ସାରା ଦୁନିଆ ।
ଆସ ବନ୍ଧୁ ଆମେ ଦେବା ହସର ସ୍ଲୋଗାନ
ଏ ସାରା ବିଶ୍ୱରେ ହେବ ହସ ଜୟଗାନ !!