News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଜିଲ୍ଲାରେ ୧୪୯ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ରାଜ୍ୟରେ କରୋନା ପରିସ୍ଥିତି ଜଟିଳ ହୋଇଛି। ତିରିଶି ଜିଲ୍ଲାରୁ ନଅ ଜିଲ୍ଲାର ସଂକ୍ରମିତଙ୍କ ସଂଖ୍ୟା ଚିନ୍ତାଜନକ ରହିଛି। ଅନ୍ୟ ଜିଲ୍ଲାଗୁଡିକର ସଂକ୍ରମଣ ଦ୍ରୁତ ହାରରେ ବୃଦ୍ଧି ପାଇବା ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି।

ଢେଙ୍କାନାଳ ଜିଲ୍ଲାର ନୂତନ ସଂକ୍ରମିତଙ୍କ ସଂଖ୍ୟା ପ୍ରଥମ କରି ତିନି ଅଙ୍କ ଛୁଇଁଛି। ପୂର୍ବ ଦିନ ୮୬ ଥିଲାବେଳେ ଆଜି ରିପୋର୍ଟ ଅନୁଯାଇ ୧୪୯ ହୋଇଛି। ଏହିପରି ଭାବେ ସଂକ୍ରମଣ ହେଲେ ଆଗାମୀ ତିନି ଚାରି ଦିନ ମଧ୍ୟରେ ଚାରି ଅଙ୍କ ଛୁଇଁବା ନିଶ୍ଚିତ ପରି ମନେ ହେଉଛି। ସଂକ୍ରମିତଙ୍କ ମଧ୍ୟରେ ଘରୋଇ ସଂଙ୍ଗରୋଧରୁ ୧୩୮ ହୋଇଥିଲା ବେଳେ ଡ଼ାକ୍ତରଖାନାରୁ ୧୧ ହୋଇଥିବା ସୂଚନା ରହିଛି।

ଜିଲ୍ଲାର ସଦର ତଥା ମୁନିସିପାଲିଟରୁ ସର୍ବାଧିକ ସଂଖ୍ୟକ ସଂକ୍ରମଣର ଶିକାର ହୋଇଛନ୍ତି। କୁଞ୍ଜକାନ୍ତରୁ ୬, ନୂଆ ଶାସନ ୪, ସିମିଳିଆ ୩, ଗୁଡିଆନାଳୀ ୨, ମୁକ୍ତାଦେଇପୁର ଶାସନ ୨, ଦେଉଳ ସାହି ୨, କାଠଗଡା ୨, ଷ୍ଟେସନ ବଜାର ୨ ଓ ବନମାଳୀ ପ୍ରସାଦ, ବାଜିଚୌକ, କାଞ୍ଚନ ବଜାର, ଜବାହର ଚୌକ, ଆନନ୍ଦ ନଗର, ରିର୍ଜଭ ପୋଲିସ ଲାଇନ, କୁମ୍ଭାର ସାହି, ମୀନା ବଜାର, ଖମାର ସାହିର ଜଣେ ଲେଖାଏଁ ମୋଟ ୩୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ଏହା ସଦର ବ୍ଲକର ନଡିଆଳି, ରଣପଶି, ଦେଓପଡା, ଗହମଖୁଣ୍ଟି ଗାଁ ର ଦୁଇ ଜଣ ଲେଖାଏଁ ଓ ସରାକପଟନା, ବଳଭଦପୁରର ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଓଡାପଡା ବ୍ଲକରୁ ଦ୍ବିତୀୟ ସର୍ବାଧିକ ସଂଖ୍ୟକ ସଂକ୍ରମଣର ଶିକାର ହୋଇଛନ୍ତି। ବାଘମୁଣ୍ଡା ୪, ଚିନ୍ତା ପୋଖରୀ ୩, ଖଡଗପ୍ରସାଦ ୨ ଓ ରଞ୍ଜାସିଙ୍ଗା, ବାଇଗିଣିଆ, ନିମିଧା, ମୋଟଙ୍ଗା, ହିନ୍ଦୋଳ ରୋଡ, ଟାଟା ବିଏସଏଲ, ସାଇଁବିରି, ସଦାଶିବ ପୁର, ମଇଧରପୁର, ମାନିଆବୋଡା, ମଙ୍ଗଳପୁର, କମଳାଙ୍ଗ, ଦୁର୍ଗାପୁର, ଝାଡବନ୍ଧ, ଲୁଣି, ଗୋଡିପାହାଡରୁ ଜଣେ ଲେଖାଏଁ ମୋଟ ୨୫ ଜଣ ଏହି ବ୍ଲକର ସଂକ୍ରମଣ ହୋଇଛନ୍ତି।

କାମାକ୍ଷାନଗର ବ୍ଲକ କଣ୍ଟାପାଳରୁ ୫, ନୂଆମହୁଲି ୩, ସୋଗର ୨ ଓ କନ୍ତିଓପୁଟସାହି, ବାରୁଆଁ(କ), ବାଇସିଙ୍ଗା, ସାରୁଆଳି, ଖଣ୍ଡବୋଳ, କମଗରା, କନ୍ତିଓକାଟେଣୀ, ଖଟଖୁରା, ଖୁଣ୍ଟବାଟି, ଜୁଲଙ୍ଗ ଗାଁ ର ଜଣେ ଲେଖାଏଁ ମୋଟ ୨୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ଛଡ଼ା କାମାକ୍ଷାନଗର ଏନଏସି ମଧ୍ୟରୁ ୫ ଜଣ ସଂକ୍ରମିତ ହୋଇଛନ୍ତି।

ହିନ୍ଦୋଳ ବ୍ଲକ ର କାରନ୍ଦା, ନୂଆକୋଟ, ଗିରିଧରପ୍ରସାଦ ଗାଁ ର ଦୁଇ ଜଣ ଲେଖାଏଁ ଓ ସାନହିନ୍ଦୋଳ, ଖଲିବୋରେଇ, ରାଜମୋହନପୁର, କାଲପୋଇ, ପଞ୍ଚୁପଡା, କୁକୁଟା, ଦୁଦୁରୋକୋଟ, ବ୍ରାହ୍ମଣୀପାଳ, ମର୍ଦ୍ଦରାଜପୁର, ଠୋକର, ପାଟଣା, କୃଷ୍ଣଚନ୍ଦ୍ର ପୁର, ଧୁଣ୍ଡିନାଳୀ, ଗଣ୍ଡାନାଳୀର ଜଣେ ଲେଖାଏଁ ମୋଟ ୨୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ବ୍ୟତୀତ ହିନ୍ଦୋଳ ଏନଏସିର ନୂଆପାଣିସାହିର ଜଣେ ସଂକ୍ରମଣ ହୋଇଛନ୍ତି।

ପର୍ଜଙ୍ଗ ବ୍ଲକର ବଡଝରାରୁ ୯, ଆମ୍ବପଳାସରୁ ୩ ଓ କନ୍ଦରସିଙ୍ଗା, ସରାଙ୍ଗ, ବସୋଇ, କୁଲେଇ, ପର୍ଜଙ୍ଗ ରୁ ଜଣେ ଲେଖାଏଁ ମୋଟ ୧୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ଭୁବନ ବ୍ଲକର କାଇଁସିରିରୁ ଦୁଇ, ଓ ମଠକରୋଗଳା, ଜିରାଳ, ମୁରୁଗା, ବାଲିବୋରୁ ଜଣେ ଲେଖାଏଁ ମୋଟ ୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଭୁବନ ଏନଏସିରୁ ଜଣେ ଆକ୍ରାନ୍ତ ହୋଇଛନ୍ତି।

ଗଁଦିଆ ବ୍ଲକର ଲତାଦେଇପୁର, କରମୁଳ, ତାଳପଦା, ଗୋପାଳପୁର ଓ ଚିରୁଳେଇର ଜଣେ ଲେଖାଏଁ ମୋଟ ପାଞ୍ଚ ଜଣ ସଂକ୍ରମଣ ହୋଇଛନ୍ତି।

କଙ୍କଡ଼ାହାଡ଼ ବ୍ଲକର କଙ୍କଡ଼ାହାଡ଼, କଇରାଟାଙ୍ଗର, ବ୍ରାହ୍ମଣିଆ, ବାଟଗାଁ ଓ କନ୍ଧରା ର ଜଣେ ଲେଖାଏଁ ମୋଟ ପାଞ୍ଚ ଜଣ ସଂକ୍ରମିତଙ୍କ ମଧ୍ୟରେ ଅଛନ୍ତି।

ହସ୍ପିଟାଲରୁ ଚିହ୍ନଟ ଜଣେ ବ୍ୟକ୍ତିଙ୍କର ତଥ୍ୟ ହସ୍ତଗତ ହୋଇ ପାରି ନାହିଁ। ଏହା ଛଡ଼ା କଟକ ଜିଲ୍ଲାର ଜଣେ ସଂକ୍ରମିତ ଢେଙ୍କାନାଳରେ ଚିହ୍ନଟ ହୋଇଛନ୍ତି।

ଜିଲ୍ଲାର ସକ୍ରିୟ ଥିବା କରୋନା ସଂକ୍ରମିତଙ୍କ ସଂଖ୍ୟା ୪୨୮ ଓ ସୁସ୍ଥ ହୋଇ ଫେରିଛନ୍ତି ୧୬ ଜଣ । ସଂକ୍ରମଣକୁ ପ୍ରତିରୋଧ କରିବାକୁ ରାଜ୍ୟ ସରକାର ଲକଡାଉନ ଘୋଷଣା କରିଥିଲେ ମଧ୍ୟ ଏହାକୁ ସଫଳ କରିବା ପାଇଁ ସମସ୍ତ ରାଜ୍ୟବାସି ସଚେତନ ହେବା ଆବଶ୍ୟକ। ଅନ୍ୟଥା ପୂର୍ବ ବର୍ଷ ଭଳି ସରକାର ଲକଡାଉନର ସମୟ ସୀମା ବୃଦ୍ଧି କରିବା ପାଇଁ ବାଧ୍ୟ ହେବେ।

new life
You might also like
error: Content is protected !!