News
WhatsApp Image 2023-10-04 at 17.25.00
samparksetu

ଟ୍ରକ ଧକ୍କା ରେ ହୋମଗାର୍ଡ ଗୁରୁତର

ଟ୍ରକ ଧକ୍କା ରେ ହୋମଗାର୍ଡ ଗୁରୁତର , ଗୁରତର ହୋମଗାର୍ଡ ହେଲେ କାମାକ୍ଷାନଗର ଥାନାର ବିଷ୍ଣୁପ୍ରସାଦ ପାଳ। ବାଉଁଶପାଳ ଛକ ନିକଟରେ ନୋ ଏଣ୍ଟ୍ରି ଡିଉଟି ରେ ମୁତୟନ ଥିବାବେଳେ ପିଟିଲା ଟ୍ରକ , ସୂଚନା ଅନୁସାରେ ବିଷ୍ଣୁ ଆଜି ସ୍ଥାନୀୟ ବାଉଁଶପାଳ ଛକ ନିକଟରେ ନୋ ଏଣ୍ଟ୍ରି ଡିୟୁଟି ରେ ମୁତୟନ ହୋଇଥିଲେ ।

ଆଜି ସନ୍ଧ୍ୟା ସମୟରେ ସେ ଏକ ଟ୍ରକ କୁ ଅଟକାଇ ଯାଉଥିବା ବେଳେ ରାସ୍ତା ର ବିପରୀତ ଦିଗରୁ ଆସୁଥିବା ଆଉ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଯାଇଥିଲା । ଫଳରେ ତାଙ୍କ ମୁଣ୍ଡ ଓ଼ ମୁହଁ ରେ ଗଭୀର ଆଘାତ ଲାଗିଛି । ଖବର ପାଇ କାମାକ୍ଷାନଗର ପୋଲିସ ନିଜ ଗାଡି ଯୋଗେ ତାଙ୍କୁ ତୁରନ୍ତ କାମାକ୍ଷାନଗର ମେଡିକାଲ ରେ ଭର୍ତି କରାଇଥିଲେ । ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟପର୍ଣ ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

new life
You might also like
error: Content is protected !!