News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଜିଲ୍ଲାରେ ୯୦ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୯୮୮୯ ହୋଇଛି। ଖୋର୍ଦ୍ଧା,କଟକ, ସୁନ୍ଦରଗଡ଼, ବରଗଡ଼ ଓ ସମ୍ବଲପୁର ଜିଲ୍ଲାର ସ୍ଥିତି ଖରାପ ହୋଇପଡିଥିବା ବେଳେ ଅନ୍ୟ ଜିଲ୍ଲାର ପରିସ୍ଥିତି ଚିନ୍ତା ଜନକ ରହିଛି।

ଆଜି ଜିଲ୍ଲାରେ ୯୦ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଘରୋଇ ସଂଙ୍ଗରୋଧରୁ ୮୧ ଜଣ ଓ ଡାକ୍ତରଖାନାରୁ ୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଢେଙ୍କାନାଳ ମୁନିସିପାଲିଟିର ସର୍ବାଧିକ ୨୮ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

କୁଞ୍ଜକାନ୍ତର ୫ଜଣ, ଆନନ୍ଦନଗର ୩ ଜଣ, ସିମିଳିଆ, ମୀନା ବଜାର, ଦେଉଳ ସାହି, ସାମାଚରଣପୁର ଅଞ୍ଚଳର ଦୁଇ ଜଣ ଲେଖାଏଁ ଓ କୁମ୍ଭାର ସାହି, ହାଟ ରୋଡ, ଲକ୍ଷ୍ମୀ ବଜାର, ରାମେଶ୍ବର ପୁର, ଜୁବୁଲି ଟାଉନ, ଗଣେଶ ବଜାର, ହାଉସିଂ ବୋର୍ଡ, କୁଞ୍ଜକାନ୍ତ, ବନମାଳୀ ପ୍ରସାଦ ଓ ଡିଏଚଏଚ ହସ୍ପିଟାଲରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ଗଁଦିଆ ବ୍ଲକର ଦଧିସିଙ୍ଗାରୁ ୧୨, ଯୋରନ୍ଦା ୩ ଓ ମୁକୁନ୍ଦପୁର, ଚିରୁଳେଇ, ବଲ୍ଲଭ ରୁ ଜଣେ ଲେଖାଏଁ ମୋଟ ୧୮ ଜଣ ସଂକ୍ରମିତ ହୋଇଛନ୍ତି।

ହିନ୍ଦୋଳ ବ୍ଲକ ଗୋହିରାଛୋର, ରାଜମୋହନପୁର, ଖାଲପାଳ, କନ୍ତାମିଲ, କୁରୁମିଠା, ଭଗବାନପୁର, ଗୋବିନ୍ଦବେରେଣୀ, ନୂଆ ପାଟନା, ନୂଆବଗ, ଇଶ୍ବରପାଳ, ନୂଆରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିଲା ବେଳେ ମଗୁବେରେଣୀରୁ ଦୁଇ ଜଣ ମୋଟ ୧୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସଦର ବ୍ଲକର ୧୦ ଜଣ ସଂକ୍ରମିତ ହୋଇଛନ୍ତି। ଗହମଖୁଣ୍ଟିର ୩ ଜଣ ହୋଇଥିଲା ବେଳେ କାଇମାଟି, ଦାମୋଦରନାଳୀ, ନାଗିଆପଶି, ଗୋବିନ୍ଦପୁର, ଭାଗିରଥୀ ପୁର, କାମଧେନୁକୋଟ, ଦୁଦୁକାଟେଣୀ ଗାଁ ର ଜଣେ ଲେଖାଏଁ ଥିବା ସୂଚନା ରହିଛି।

ଓଡ଼ାପଡ଼ା, କଙ୍କଡ଼ାହାଡ଼, ପର୍ଜଙ୍ଗ ବ୍ଲକର ସଂକ୍ରମିତଙ୍କ ସଂଖ୍ୟା ଏକ ଅଙ୍କରେ ସୀମିତ ରହିଛି। ଓଡ଼ାପଡ଼ା ବ୍ଲକର
କୁରୁଣ୍ଟି, ମୃଦଙ୍ଗାପାଳୀ, ବଳରାମ ପୁର, ଏକଢରିଆରୁ ଜଣେ ଲେଖାଏଁ ଓ ପୋଡାପଡାରୁ ଦୁଇ ଜଣଙ୍କୁ ମିଶାଇ ବ୍ଲକର ସଂକ୍ରମିତଙ୍କ ସଂଖ୍ୟା ଛଅ ଥିବା ଜଣାପଡିଛି।

କଙ୍କଡ଼ାହାଡ଼ ବ୍ଲକର ବଳଦିଆପାଳ ଓ ବାଟଗାଁର ଦୁଇ ଜଣ ଲେଖାଏଁ ଥିବା ବେଳେ ରହଣୀରୁ ଜଣେ ସଂକ୍ରମିତଙ୍କ ଚିହ୍ନଟ ହୋଇଛି।

ପର୍ଜଙ୍ଗ ବ୍ଲକର ରଙ୍ଗଥାଳୀ ଓ ମୁକ୍ତାପଶିରୁ ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।

କାମାକ୍ଷାନଗର ବ୍ଲକରୁ ୨ ଚିହ୍ନଟ ହୋଇଥିଲା ବେଳେ ଉଭୟ କଣ୍ଟାପାଳ ପଞ୍ଚାୟତର ବୋଲି ଜଣାପଡିଛି। ଏହି ପଞ୍ଚାୟତର କଣ୍ଟାପାଳର ଜଣେ ହୋଇ ଥିବା ବେଳେ ଅନ୍ୟ ଜଣଙ୍କ ଗାଙ୍ଗିଯୋଡି ଗାଁ ର ବୋଲି ସୂଚନା ରହିଛି।

ଏହା ବ୍ୟତୀତ ଭୁବନ ଏନଏସି କହ୍ନେଇପାଳର ଜଣେ ହିନ୍ଦୋଳ ଏନଏସିର ନୂଆପାଣିସାହିର ଜଣେ ଓ କାମାକ୍ଷାନଗର ଏନଏସି ର ରେଙ୍ଗାଳି କଲୋନୀର ଜଣେ ସଂକ୍ରମିତ ରହିଛନ୍ତି।

ଚିକିତ୍ସିତ ହେଉଥିବା ମଧ୍ୟରୁ ୮ ଜଣ ସୁସ୍ଥ ହୋଇଛନ୍ତି। ମୋଟ ସକ୍ରିୟ କରୋନା ଆକ୍ରାନ୍ତ ସଂଖ୍ୟା ୫୨୩ ଥିବା ବେଳେ ମୃତ୍ୟୁ ସଂଖ୍ୟା ସ୍ଥିର ରହିଛି।

ସଂକ୍ରମଣକୁ ପ୍ରତିରୋଧ କରିବା ନିମନ୍ତେ ଆଜିଠାରୁ ଲକଡାଉନ ଘୋଷଣା କରାଯାଇଛି। ସମସ୍ତେ କରୋନା କଟକଣା ମାନି ଚଳିଲେ ଏହାର ସୁଫଳ ମିଳି ପାରିବ। ମାସ୍କ ବ୍ୟବହାର କରିବା ସହ ଯଥା ସମ୍ଭବ ଭିଡରୁ ଦୂରରେ ରୁହନ୍ତୁ।

new life
You might also like
error: Content is protected !!