News
WhatsApp Image 2023-10-04 at 17.25.00
samparksetu

ଗଛରେ ଝୁଲୁଥିବା ଅଵସ୍ଥାରେ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର !

ଢେଙ୍କାନାଳ ଜିଲ୍ଲା ବସୁଲେଇ ଗାଁ ରେ ଆଜି ଏକ ଗଛରୁ ଜବେ ମହିଳା ଙ୍କ ଝୁଲୁଥିବାର ମୃତଦେହ ଉଦ୍ଧାର ହୋଇଛି । ଗାଁ ପାଖ ଶିବ ମନ୍ଦିର ପଛରେ ଥିବା ଏକ ପଳାସ ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା ଗ୍ରାମର ଦୁଷ୍ମନ୍ତ ରାଉତଙ୍କ ସ୍ତ୍ରୀ ଅଂଜନାଙ୍କ ମୃତଦେହ ।

ସୂଚନା ଅନୁଯାୟୀ , ଗତକାଲି ଠାରୁ ଅଂଜନା ନିଖୋଜ ଥିଲେ । ଆଜି ସକାଳେ ଗ୍ରାମ ଲୋକ ତାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଦେଖି ପୋଲିସକୁ ଖବର ଦେଇଥିଲେ । ମୃତ୍ୟୁର କାରଣ ଜଣାପଡିନଥିଲା ବେଳେ ପରଜଙ୍ଗ ପୋଲିସ ମୃତଦେହକୁ ଉଦ୍ଧାର କରି ତଦନ୍ତ କରୁଛି ।

ଅଂଜନାଙ୍କ ସ୍ୱାମୀ ୬ ବର୍ଷ ପୂର୍ବରୁ ମୃତ୍ୟୁବରଣ କରିଥିଲେ । ତେବେ ଏକ ଇଲେକ୍ଟ୍ରିକ୍ ତାରରେ ଅଂଜନାଙ୍କ ମୃତଦେହ ଝୁଲିଥିବା ଦେଖି ଗାଁ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି । ଏହା ହତ୍ୟା କି ଆତ୍ମହତ୍ୟା ତାହା ତଦନ୍ତ ପରେ ଜଣାପଡିବ ।

new life
You might also like
error: Content is protected !!