ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ମନ୍ଦାର ସରସ୍ବତୀ ଶିଶୁ ମନ୍ଦିର ନିକଟରେ ଏକ ଗ୍ୟାସ ବୋଝେଇ ଏକ ପିକଅପ ଭ୍ୟାନ କୁ ଷଡ଼ଙ୍ଗୀ ଆଡୁ ଆସୁଥିବା ଟ୍ରକ ମୁହାଁମୁହିଁ ଧକ୍କା ଦେଇଥିବା ଫଳରେ ଜଣେ ମୃତ ସହ ଜଣେ ଆହତ ହୋଇଛନ୍ତି ।
ସୂଚନା ଅନୁଯାୟୀ , ଭୁବନ ଥାନା ଏକତାଳି ପଂଚାୟତ ର ଚନ୍ଦାର ଗ୍ରାମର ନକୁଳ ସାହୁ( ୫୦) ମନ୍ଦାର ଗ୍ରାମରେ ଗ୍ୟାସ ଦେବା ନିମନ୍ତେ ରାସ୍ତା ରେ ଗାଡି ରଖି ଠିଆ ହୋଇଥିଲେ । ଷଡ଼ଙ୍ଗୀ ଆଡୁ ଆସୁଥିବା ଏକ ଟ୍ରକ ତାଙ୍କ ଗାଡିକୁ ମୁହାଁମୁହିଁ ଧକ୍କା ଦେଇଥିଲା ଫଳରେ ଗୁରୁତର ଅବସ୍ଥାରେ ନକୁଳ ଙ୍କୁ ଆମ୍ବୁଲାନ୍ସ ଯୋଗେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୁ ନେବା ରାସ୍ତାରେ ତାଙ୍କର ନିଧନ ହୋଇଯାଇଛି ।
ଅପରପକ୍ଷେ ଦୁର୍ଘଟଣା ଘଟାଇଥିବା ଟ୍ରକ କୁ ଭୁବନ ଥାନା ଅଧିକାରୀ ପ୍ରଶାନ୍ତ ପାତ୍ରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଜବତ କରିବା ସହ ବୁଧେଶ୍ୱର ମନ୍ଦିର ନିକଟରୁ ହେଲପର କୁ ଅଟକ ରଖି , ଗାଡି କୁ ଥାନା କୁ ନିଆଯାଇଛି । ଟ୍ରକ ଟି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କୁହିକା ପଂଚାୟତ ର ପ୍ରମିଳା ଜେନା ଙ୍କର ବୋଲି ସୂଚନା ମିଳିଛି ।
ଏହି ଦୁର୍ଘଟଣା ରେ ସ୍ଥାନୀୟ ବାସିନ୍ଦା ଆହତ ହୋଇଥିବାର ସୂଚନା ମିଳିଛି ସେ ହେଉଛନ୍ତି ମନ୍ଦାର ଗ୍ରାମର ଚାନ୍ଦ କମାର , ତାଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି ।