News
WhatsApp Image 2023-10-04 at 17.25.00
samparksetu

ପରଜଙ୍ଗ ସ୍ଥିତ ଶିଳ୍ପ ତାଲିମ ପ୍ରତିଷ୍ଠାନରେ ନାମଲେଖା ଆରମ୍ଭ ପାଇଁ ଦାବି

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଓ କାମାକ୍ଷାନଗର ବ୍ଲକର ଅନେକ ଯୁବକଯୁବତୀ ବୈଷୟିକ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି। ଏ ଦୁଇଟି ବ୍ଲକର ଛାତ୍ରଛାତ୍ରୀ ଦଶମ ଶ୍ରେଣୀ କୃତ କାର୍ଯ୍ୟ ପରେ ଯୁକ୍ତ ଦୁଇ ରେ ଚିରାଚରିତ କଳା, ବାଣିଜ୍ୟ ବା ବିଜ୍ଞାନରେ ନାମ ଲେଖାଇବାକୁ ବାଧ୍ୟ ହେଉଛନ୍ତି।

ଇଛା ଥିଲେ ମଧ୍ୟ ଅର୍ଥ ଅଭାବରୁ ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବାରୁ ବଞ୍ଚିତ ହେଉଛନ୍ତି। ଏ ଅଞ୍ଚଳର ଅନେକ ମେଧାବୀ ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ସାକାର ହୋଇ ପାରୁ ନାହିଁ। ଏହି ସମସ୍ୟା ସମାଧାନ ପାଇଁ ରାଜ୍ୟ ସରକାର ପର୍ଜଙ୍ଗ ବ୍ଲକର କନ୍ଦରସିଙ୍ଗାଠାରେ ଏକ ଶିଳ୍ପ ତାଲିମ ପ୍ରତିଷ୍ଠାନ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲେ।

ଏହି ପ୍ରତିଷ୍ଠାନ ଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଛାତ୍ର ଛାତ୍ରୀଙ୍କୁ ନାମ ଲେଖାଇବାରେ ସୁଯୋଗ ମିଳି ନାହିଁ। ଗତବର୍ଷ ଏଠାରେ କୋଭିଡ ସେଣ୍ଟର ଖୋଲାଯାଇଥିଲା। ସାମ୍ପ୍ରତିକ ସମୟରେ ରାଜ୍ୟର ସବୁ ଶିକ୍ଷା ଅନୁଷ୍ଠାନ ବନ୍ଦ ରହିଛି। ଛାତ୍ରଛାତ୍ରୀମାନେ ଅନଲାଇନ ରେ ଶିକ୍ଷା ଲାଭ କରୁଛନ୍ତି। ଅନ୍ୟ ଅନୁଷ୍ଠାନ ପରି ଏହି ଅନୁଷ୍ଠାନ ଚଳିତବର୍ଷ ଠାରୁ ନାମ ଲେଖା ଆରମ୍ଭ ହେଲେ ଅନେକ ମେଧାବୀ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

new life
You might also like
error: Content is protected !!